STORYMIRROR

Prasanta kumar Hota

Inspirational Others

3  

Prasanta kumar Hota

Inspirational Others

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
221


ଦୈହିକ ବାସନା ଦିଏ ନିର୍ଯ୍ୟାତନା 

ଜଗତେ ଜଞ୍ଜାଳ ଭରି

ନର ପୈଶାଚିକ ହେଲେ ନଦୀମୁଖ 

ନୁହେଁ ସୁରକ୍ଷିତ ପରୀ


ନାରୀ ମାନ ଯେବେ ନରଠାରେ ଦେଖେ

ନାରୀ କରୁଥାଏ ଇଛା

ଅପୌରୁଷ ପଣେ ନାରୀ ହୀନ ମଣେ 

ପୁରୁଷର ମନ ଘେଞ୍ଚା ।


ବସ୍ତୁ ଭୋଗ ଯେତେ ବସ୍ତୁ ମାନ ସେତେ 

ଭୋଗକରେ ଅହଂକାରୀ

ପାରିବା ପଣରେ ପୁରୁଷ ରହିଲେ

ଅସୁରକ୍ଷିତ ହିଁ ପରୀ


ନାରୀ ଶିକ୍ଷା ଠାରୁ ଅଗ୍ରଗତି ଯାଏ 

ପୁରୁଷ ହିଁ ପର୍ଯ୍ୟାୟଶ 

ତଥାପି ଲାଳସା ଭୋଗ୍ୟ ବିଷୟାଶା

ହୂଏ ହଳାହଳ ବିଷ। 


ବୋହୁନାରୀ ଭୋଗେ ନାରୀ ଭୋଗେ ଭାଗ 

ପୁରୁଷ କନ୍ଦୁକ ପରି

ଦେଖୁଥିଲେ ସଦା ନିଜ ସ୍ବାର୍ଥ ବାଧା

ଅସୁରକ୍ଷିତ କି ପରି


ସମ୍ବିଧାନ ଯାହା ଦେଶର ବିଧାନ

ବାସ୍ତବ ପୁରୁଷାକାର 

ନନ୍ଦିନୀ ଇନ୍ଦିରା ନାରୀ ଶକ୍ତି ଅରା

କେହି ନୁହେଁ ବେଦସ୍ତୁର 


ନିଶାର୍ଦ୍ଧେ ନିଃଶଙ୍କ ଆସିଲେ ବାହାରି 

ହେବ ସିନା ବ୍ୟଭିଚାରୀ

ପୁରୁଷ ଯେଉଁଠି ସୁରକ୍ଷା ଖୋଜନ୍ତି 

ସୁରକ୍ଷିତ ନୁହେଁ ନାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational