ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ

1 min

177
ଅସୁରକ୍ଷିତ ପରି ଖୋଜେ ସାହାରା
ଲାଉଡଙ୍କ ପରି
କିନ୍ତୁ ନିଷ୍ଠୁର ହୁଏ ସମୟ
ଦେଇ ଦୁଃଖ କିଆରି କିଆରି ।
କେତେଦିନ ନିର୍ଯାତିତ ହେବ ଏଇପରି?
ଅନ୍ତରେ ଠୁଳ ଶକ୍ତି
ସୁକ୍ଷ୍ମ ରୂପ ଧରି
ନିଶ୍ଚେ ହାରିବ କାମୁକ
ହୃଦେ ଜାଗ ଶ୍ରୀ ଶକ୍ତି ଲହରୀ ।
ଦେଖୁନା କି କୁନି ବିଲେଇ ର ହିଂସ୍ର ରୂପ ଦେଖି ଆକ୍ରମଣ କାରୀ ଛାତି ଯାଏ ଥରି
ଆଉ ତୁମେ କର ସମ ଆକ୍ରମଣ ସେଇପରି
ଏ ମାଟିରେ ଜନ୍ମ ହେଲେ ଦିନେନା ଯିବା ସର୍ବେ ମରି
ତ.. ଭୀରୁତା ହୋଇ ବଂଚିବା କିପରି??
ଜାଗି ଓଠ ଜାଗି ଉଠ ଯୁଗନାରୀ
ନାଶିବକୁ କାମୁକତାର ମଇଁଷି ଅଇରୀ ।