Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MANAS KUMAR KAR

Romance Tragedy Inspirational

3  

MANAS KUMAR KAR

Romance Tragedy Inspirational

ଅସ୍ତରାଗ

ଅସ୍ତରାଗ

1 min
262



ଅସ୍ତମିତ ସୂର୍ଯ୍ୟ ବୁଣି ଦେଇଯାଏ

   ଆକାଶ ବକ୍ଷରେ ବିବିଧ ରଙ୍ଗର ରାଗ

ରଙ୍ଗରେ ରଞ୍ଜିତ ଆକାଶ ସୁନ୍ଦରୀ

   ଖରଏ ପ୍ରେମର ମିଠା ମିଠା ସଉରଭ ।


ସେ ରଙ୍ଗ ରାଗରେ ପ୍ରଫୁଲ୍ଲିତ ନଭ

   ଅନୁରାଗେ ହୃଦେ ଭରି

ଝୁରି ହେଉଥାଏ ସୂର୍ଯ୍ୟକୁ ପୁଣି ସେ

   ଆସିବୁ କେବେ ତୁ ଫେରି ????


ମୋ ଜୀବନ ସୂର୍ଯ୍ୟ ଅସ୍ତମିତ ପାଇଁ

    ହେଉଅଛି ସଜବାଜ ,

ତା ଆଗରୁ ମୁଁ ଧରା ବକ୍ଷରେ

    ଛାଡିଯିବି ଅସ୍ତରାଗ ।


ଦୟା ,କ୍ଷମା ,ଭକ୍ତି ,ଜ୍ଞାନ ଓ ବିଶ୍ୱାସ

   ଅକ୍ରୋଧ ସତ୍ୟ ,ନ୍ୟାୟ ଓ ବନ୍ଧୁତା ଭାବ ।

ଅସ୍ତ ହୋଇଗଲେ ଜୀବନ ସୂର୍ଯ୍ୟ ମୋ

        ପୃଥିବୀର ଅସ୍ତାଚଳେ 

ତଥାପି ଅସ୍ତରାଗ ମୋ ବାଣ୍ଟିବ

     ଅମୃତ ଏଇ ସଂସାର ବକ୍ଷରେ ।




Rate this content
Log in

Similar oriya poem from Romance