STORYMIRROR

Upendra prasad Mahala

Classics Inspirational Others

3  

Upendra prasad Mahala

Classics Inspirational Others

ଅସ୍ତିତ୍ବ

ଅସ୍ତିତ୍ବ

1 min
257



ଦୂରେଇ ଯିବାକୁ ଚାହିଁଲେ ବି
ଯାଇପାରୁନି, ଛନ୍ଦି ପଡୁଛି ପାଦ ।
ଭୁଲି ଯିବାକୁ ଚାହିଁଲେ ବି 
ଭୁଲି ହେଉନି ତୋ ପ୍ରବଞ୍ଚନା,
ରହସ୍ୟମୟ ହସ !! 

ଆଖି ବୁଜିଲେ ଦିଶୁଛି ନୀଳଅଂଧାର
କଂସା କବାଟ ଫାଙ୍କରେ
କାଣିଚାଏ ତ୍ରିଭୁବନ,
ତୋ ବେଦରଦୀ ହସହସ 
ମୁହଁ, ଆଖିଠାର ।
ଇଛା ହେଉଛି ଯାଇ ପଚାରନ୍ତି
କାହିଁକି ମନ୍ଥୁଛୁ ସଂସାର ସାଗର ।
କାହିଁକି ଆଦରିଛୁ ନିଜେ ବନ୍ଦୀଶାଳ ।
କହିବୁ କି ମୋତେ କହ ?

ଆଖି ଖୋଲିଲେ ଆଉ
ଦିଶେନା ମୋହନ ରୂପ,
ଦିଶେ ଖାଲି ତୋ ବନ୍ଦଦୁଆର,
ଅବରୁଦ୍ଧ ପାଚେରି ।
ନା ତୁ ଥାଉ ନା ମୁଁ । 
କାହାରି ଅସ୍ତିତ୍ବ ନାହିଁ !!
ଦେଖିଯା, ଏଠି ବାଟରେ ଚାଲିବା ମନା
କୂଅରୁ ପାଣି ଅ।ଣିବା ମନା
ଅ।କାଶରୁ ପବନ ଶୋଷିବା ମନା 
ସବୁ ମହଙ୍ଗା, ଖାଲି ଜୀବନ ଶସ୍ତା।
ହଜିଛି ମାନବିକତା, ବାସନ୍ଦ ଜୀବନ।
ଦୁଃଖି ମଣିଷଙ୍କୁ ନିଆଁ ପାଣି ମନା !!

ଦିନକୁଦିନ ଲମ୍ବୁଛି ମୃତ୍ୟୁର ଝଡ଼ ।
କୋକେଇ କାନ୍ଧେଇ ଚାଲିଛି ସମୟ ।
ଚାଲିଛି ଶବ ସହ ନିର୍ମମ ଖେଳ !!
ଅ।ଉ ସହି ହେଉନି ।
ତୋତେ ବା ଫରକ କ'ଣ ??

କେହି ଏଠି ହିସାବ ରଖେନି,
ପଚାରେନି କେହି ସାଗରକୁ
ଭାସି ଗଲାଣି କେତେ ଜୀବନ,
ଲୁହଭିଜା ସ୍ବପ୍ନ, ନଈ ସୁଅରେ 
ତା' ଦିହକୁ । ଅ।ଉ କେମିତି
ବୁଡିଥିଲା ଦିନେ ଦ୍ବାରିକା
ସାତ ତାଳ ପାଣି ତଳେ ?

ମନେ ପକା, କେମିତି ତୁ ଭାସି ଆସିଥିଲୁ
ଅସହାୟ ଦାରୁଗଣ୍ଡି ସାଜି ଦ୍ବାରିକାରୁ
ସାଗର ଉଛୁଳିବା ବେଳେ।
ଏବେ ତ ଘେରି ଦେଇ ବସିଛୁ 
ମେଘନାଦ ପାଚେରି। ନା ତୋତେ 
ଶୁଭୁଛି ସମୁଦ୍ରର ଗର୍ଜନ,
ନା ଆଉ କିଛି !!
ମୁଁ ଅବୋଧ ଜାଣି, ଜାଣିପାରୁନି
ଅସ୍ତିତ୍ବର ଏଠି ମୂଲ୍ୟ କଣ ?
କୁହୁଳା ନିଆଁରେ ଜଳୁଛି ଆତ୍ମା
ମଶାଣିର ଶେଯ କି ଲୋଡା !
ନିଜେ ଆଖି ବୁଜିଲେ କେହି ତ ଖୋଜି
ପାଇବେନି ପରିଚୟ କି ଠିକଣା ।
କେବେବି କହିବୁନି ଠକିବାକୁ 
ରାଧା କି ଗୋପୀ କି କାହା ପାଶେ 
ଜୀବର ଜୀବନ ତୋ ଅ।ତ୍ମା ବୋଲି ?"

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics