STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
239

ପାଞ୍ଚ କର୍ମେନ୍ଦ୍ରିୟ ପାଞ୍ଚ ଜ୍ଞାନେନ୍ଦ୍ରିୟ

ନେଇ ଗଢ଼ା ଏହି ବପୁ

ଦଶଟି ଇନ୍ଦ୍ରିୟ ଚଳେପରା ନେଇ

ଚଞ୍ଚଳ ଏ ମନଟିକୁ ।


ଏହି ମନ ପରା ଅଟେ ବୃନ୍ଦାବନ

ଏହି ମନ ପରା କାଶୀ

ଏହି ମନ ପୁଣି ଅଟେ ବଦ୍ରୀନାଥ

ଅଟେ ପୁରୀ,ବାରଣାସୀ ।


କାମ, କ୍ରୋଧ, ଲୋଭ ମଦ ଓ ମାତ୍ସର୍ଯ୍ୟ

ଅଟେ ପରା ଷଡ୍‌ରିପୁ

ମନ ଚାହିଁଥାଏ ଏଥିପ୍ରତି ପରା

ସଦା ବୁଡ଼ି ରହିବାକୁ ।


ବିଷୟ ଭୋଗରେ ବୁଡ଼ି ରହି ମନ

ହୁଅଇ ସଦା ଅସ୍ଥିର

ଅସ୍ଥିର ମନରେ ଅସ୍ଥିର ଭାବନା

ଆସିଥାଏ ବାରମ୍ଵାର ।


ଅସ୍ଥିର ଭାବନା ଆସେ ଯଦି ମନେ

ହୁଏ ନାହିଁ କାର୍ଯ୍ୟସିଦ୍ଧି

ଇନ୍ଦ୍ରିୟଗୁଡ଼ିକ ହୁଏ ବିଚଳିତ

ମନ ବିଚଳିତ ଯଦି ।


ମନ ମାରି ପରା ଅଳ୍ପରେ ସନ୍ତୁଷ୍ଟ

ହୁଅ ଯଦି ପରା ଭାଇ

ତେବେତ ମନରେ ଆସେରେ ସ୍ଥିରତା

ଭାବନା ସ୍ଥିର ହୁଅଇ ।


ସ୍ଥିରମନେ ସବୁ କାର୍ଯ୍ୟ କରିଗଲେ

ଲକ୍ଷ୍ୟ ହୁଏ ଫଳପ୍ରଦ

ଦଶଟି ଇନ୍ଦ୍ରିୟ ହୁଏ ଆପେ ସ୍ଥିର

ମନ ଥିଲେ ପ୍ରଫୁଲ୍ଲିତ ।


Rate this content
Log in

Similar oriya poem from Abstract