ଅଷ୍ଟଲକ୍ଷ୍ମୀ
ଅଷ୍ଟଲକ୍ଷ୍ମୀ
ଆସ ଆସ ମାତା ସାଗର ଦୁହିତା
ଗଜ ପରା ସଜ ହେଲେଣି.
ବାଉନ ଭଣ୍ଡାର ତୁମେ ମାଲିକାଣି
ଆସ ଆସ ବିଷ୍ଣୁ ଘରଣୀ. l
ଅଷ୍ଟଲକ୍ଷ୍ମୀ ମାତା ଅଷ୍ଟ ସୁଲକ୍ଷଣୀ
କୃପାହେଲେ ତୁମ ଧନ୍ୟ ହୁଏ ପ୍ରାଣୀ
ବଢ଼ଇ ସମୃଦ୍ଧି ଉତ୍ପାଦିକା ଶକ୍ତି
ଧନ ଧାନ୍ୟେ ପୁରି ଉଠଇ ଧରିତ୍ରୀ
ମାତା, ତୁମେ ସୌଭାଗ୍ୟ ଦାୟିନୀ. l
ତୁମ କୃପାବଳେ ସ୍ୱାସ୍ଥ୍ୟ ରହେ ସୁସ୍ଥ
ଜ୍ଞାନର ଭଣ୍ଡାର ତୁମେ ପଦ୍ମହସ୍ତ
ବଳ କ୍ଷମତାର ମାତା ଠାକୁରାଣୀ
କୃପାବଳେ ହସେ ଏ ସାରା ମେଦିନୀ.
ଦିଅ, ସନ୍ତାନ କୋଳକୁ ପୁଣି. l
ଦୁଃଖ ହଜିଯାଏ ଜୀବନୁ ଡାକିଲେ
ଶୁଭ ଦୃଷ୍ଟି ଯେବେ ପଡଇ ଉପରେ
କୋପ ଦୃଷ୍ଟି ହେଲେ ଧନ ହୁଏ ପାଣି
ନ ମିଳଇ ଅନ୍ନ ବାସ ଜଳ ପୁଣି.
ମାତା, ତୁମେ ଜଗତ ଜନନୀ. l