STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅସମ୍ଭବ

ଅସମ୍ଭବ

1 min
137

ଦୁନିଆରେ କିଛି ନୁହେଁ ଅସମ୍ଭବ

ମନକୁ କରିଲେ ଟାଣ

ପରିଶ୍ରମ ବଳେ ଉଦ୍ୟମ କରିଲେ

ସଫଳ ହୁଅଇ ଜୀବନ


ହଜାର ଯୋଜନ ବୁଲି ବୁଲି ସିନା

ମହୁମାଛି ମହୁ କରଇ

ବିନ୍ଦୁ ବିନ୍ଦୁ ଜଳ ମିଶି ପୁଣି ସିନା

ବିଶାଳ ସମୁଦ୍ର ହୁଅଇ


ସପନକୁ ଯେବେ ଜୀବନ ଭାବିବୁ

ନିଦ ହଜିଯିବ ଆଖିରୁ ତୋର

ସପନ ହୋଇବ ପୂରଣ ବାବୁରେ

ସାତ ସମୁଦ୍ର ତୁ ହୋଇବୁ ପାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract