STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅସମ୍ଭବ

ଅସମ୍ଭବ

1 min
130

ଦୁନିଆରେ କିଛି ନୁହେଁ ଅସମ୍ଭବ

ମନକୁ କରିଲେ ଟାଣ

ପରିଶ୍ରମ ବଳେ ଉଦ୍ୟମ କରିଲେ

ସଫଳ ହୁଅଇ ଜୀବନ


ହଜାର ଯୋଜନ ବୁଲି ବୁଲି ସିନା

ମହୁମାଛି ମହୁ କରଇ

ବିନ୍ଦୁ ବିନ୍ଦୁ ଜଳ ମିଶି ପୁଣି ସିନା

ବିଶାଳ ସମୁଦ୍ର ହୁଅଇ


ସପନକୁ ଯେବେ ଜୀବନ ଭାବିବୁ

ନିଦ ହଜିଯିବ ଆଖିରୁ ତୋର

ସପନ ହୋଇବ ପୂରଣ ବାବୁରେ

ସାତ ସମୁଦ୍ର ତୁ ହୋଇବୁ ପାର


Rate this content
Log in

Similar oriya poem from Abstract