STORYMIRROR

Ram Prasad Bisoi

Fantasy

2  

Ram Prasad Bisoi

Fantasy

ଅସହ୍ୟଶୀତ

ଅସହ୍ୟଶୀତ

1 min
13.4K


ଚାଲୁଛି,ମଲାଜହ୍ନ ଛାତି ଉପରେ,

ମୃତ୍ୟୁବତ୍ତ ବଞ୍ଚି ଚାଲିଥିବା 

ବେସୁରା ରାଗ,

ଲଙ୍ଗଳା ପୁଙ୍ଗୁଳା ପାଦଦ୍ଵୟ 

ତଳେ ବେଳାଭୂମିର 

ତତଲାବାଲିର ପଞ୍ଜରାହାଡ଼,

ଶୀତୁଆ ମେଘୁଆ ସକାଳ,

ଦୟା ଲାଗେ 

ଆକାଶରେ ଶୀତତ୍ରସ୍ତ ପକ୍ଷୀ ମାନଙ୍କୁ ଉଡୁଥିବା 

ଦେଖିଲେ,

ଭିତ୍ତଗ୍ରସ୍ତ ବି କାକ,

କାକରତ୍ରସ୍ତ 

ମୋ ଶରୀରର ଚମଡା ଲାଗୁଛି ଶୁଖିଲା ଶୁଖିଲା,

ଉତ୍ତାଙ୍ଗ ଦୁଇ ଢେଉ ମିଳନ ସ୍ଥଳ

ଛୁଇଁବାକୁ ଆକାଶ

ହୃଦୟର ପୁରୁଣା କ୍ଷତ ବୟସକୁ କରି ଅଦେଖା,

ବଦମାସି କରିବାରେ ଲାଗିଛି

ନୀରବ ମଧ୍ୟାହ୍ନ 

ବାଉଁଶବଣ ପତ୍ର ସନ୍ଧିରୁ 

ପବନ 

ସାଇଁ ସାଇଁ କରି ଡାକି ଚାଲିଛି 

ମୋ ନାମ ଧରି,

ଭାଙ୍ଗି ମୋଡ଼ି ହେଉଛି ସ୍ପର୍ଶକାତର ଦେହର ତତଲା ନିଶ୍ୱାସ ,

ବଳକା ଟିକକ ଯୌବନ,

ଅସହ୍ୟଶୀତ----------------!

©®କାଶ୍ୟପ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy