STORYMIRROR

Sunanda Mohanty

Abstract Action Classics

4  

Sunanda Mohanty

Abstract Action Classics

ଅସହ୍ୟ ନିଦାଘ

ଅସହ୍ୟ ନିଦାଘ

1 min
270


ହେ ଦିବାକାର ସୃଷ୍ଟି ରକ୍ଷାକାର

କାହିଁକି ଏ ଅସହ୍ୟ ନିଦାଘ

ହେ ସୂର୍ଯ୍ୟ ହେ ଛାୟାକାନ୍ତ ହେ ଆଦିତ୍ୟ

ତୁମର ଏ ଅସ୍ତ୍ର ଅମୋଘ

ବ୍ରହ୍ମା ଯେବେ ବରଦେଲେ ମାଗିନେଲ ତେଜ

ଜଳୁଛ ଜାଳୁଛ ହେଉନି ମେଘ

ସୃଷ୍ଟି ରକ୍ଷାକର୍ତ୍ତା ହୋଇ ସୃଷ୍ଟି ସଂହାରକ ସାଜି

ଅଂଶୁଘାତ ଦୁଃଖଦ ଆବେଗ

କିଏ ଶୀତତାପ ନିୟନ୍ତ୍ରିତ କକ୍ଷେ ନିଜକୁ ସୁରକ୍ଷା ରଖେ

ଗରୀବ ଖଟିଖିଆ ମଜୁରିଆ ପାଏ ଦୁଃଖ

ଅଂଶୁମାନ ସୂର୍ଯ୍ୟ ସୌର ଜଗତ ଶ୍ରେଷ୍ଠ ରକ୍ଷକ

ରକ୍ଷାକର ପ୍ରାଣୀଙ୍କ ଆରତ

ତୁମ ତେଜ ପ୍ରଖରରେ ଜଳ ବିହୁନେ ପ୍ରାଣ ନାଶ

କେମିତି ତିଷ୍ଠିବ ଜଗତ

କୋଣାର୍କ ମନ୍ଦିର ତୁମ ଡାକୁଛି ହାତଠାରି ବହୁତ

ଯାଅ ପ୍ରଭୁ ହେ ଅରକ୍ଷ ରକ୍ଷ

ଢାଳୁଛୁ ପ୍ରଣତି ଦେଇ ଧୂପ ଦୀପ ବତୀ

ବାଦଲ ଫାଙ୍କରୁ ଆସୁ ମେଘ

ତୁମରି ନିର୍ଦେଶ ପ୍ରଭୁ ଆକାଶ ଗ୍ରହ ନକ୍ଷେତ୍ର

ମାନିବେ ଜହ୍ନ ତାରା ବିବିଧ

କଳି ଯୁଗ ପ୍ରଭୁ ଏହି ଛାରଖାର କରନାହିଁ

ତୁମ ଶରଣେ ଗଲୁ ଗଢିଦିଅ ସୌଧ

ଶୀତଳତା ଭରି ଦେଇ ସବୁଜିମା ଫେରାଇ ଦେଇ

ଗୁହାରି କରୁଛୁ ବାରେ ହୁଅନା ବାଘ

ହେ ଦିନମଣି ରଖ ପ୍ରଭୁ ତୁମ ଭୟଙ୍କର ଠାଣି

ହେଇଯାଅ ଆଉଥରେ ବୁଦ୍ଧ

କଂସାଏ ତୋରାଣୀ କି ପାଖାଳ ଆମ୍ବିଳି ତୋରାଣୀ

କାହାକୁ ମିଳେ ବା ନମିଳେ ଏ ପାଗ

ହେ ଦେବ ଦେବ ସୂର୍ଯ୍ୟନାରାୟଣ ସଂକଟ ମୋଚନ

ଦେଖାଅନା ପ୍ରଭୁ ତୁମ ରୋଗ ତେଜ ରାଗ

ବୈଶାଖର ପ୍ରଚଣ୍ଡ ରୁଦ୍ର ଆଉ ରୌଦ୍ର ଭିତରେ

ବୈଶାଖି ଶବ୍ଦ ହୁଏ ଅବ୍ଦ ତହିଁରେ ଭେଦ ।।


Rate this content
Log in

Similar oriya poem from Abstract