ଅସହଯୋଗ
ଅସହଯୋଗ
ସମୂହ କଲ୍ୟାଣ କରିବା ପାଇଁ
ଅସହଯୋଗ
ଏକ ହୀନମନ୍ୟତା
ଅନ୍ୟାୟ ଅନୀତି ଦୁର୍ନୀତିକୁ
ଅସହଯୋଗ କରିବା
ସାହସିକତା,
ସ୍ୱାର୍ଥନେଷ୍ଵୀ ଇଂରେଜ ବିରୁଦ୍ଧରେ
ଅସହଯୋଗ ଆନ୍ଦୋଳନ କରି
ବାପୁ ମହାତ୍ମା
ଆଣିଲେ ସ୍ଵାଧୀନତା
ଅନୁଚିତରେ ସର୍ବଦା
ଅସହଯୋଗ
ସ୍ୱଭାବ ରୁଚିରେ
ମହତ ମଣିଷ ରଖି
ଅନ୍ୟର ମନେ
ଭରିଦିଏ ସଚେତନତା।
ସବୁ ଯୁଗେ ସବୁ ସମୟରେ
ରହିଥାନ୍ତି କିଛି
ସମର୍ଥକ ବିରୋଧୀ ଗୋଷ୍ଠୀ
ନିଜ ସ୍ଵାର୍ଥ ପାଇଁ
କହୁଥାନ୍ତି ବଢେଇ
ଦେବାସୁରଙ୍କ ସହଯୋଗିତାରେ
ହୋଇଥିଲେ ବି ସମୁଦ୍ର ମନ୍ଥନ
ଅମୃତ ବଣ୍ଟନରୁ
ଆରମ୍ଭ ହେଲା ଲଢେଇ,
ଭାଗବଣ୍ଟାର ଅଂଶ
ହେଲେ ଅମୀମାଂସିତ
ସୃଷ୍ଟି ହୁଏ ଧ୍ଵଂସର ମହାଭାରତ
ଶାନ୍ତି ଦୂତ ହେଲେ ବି <
/p>
ଭଗବାନ ଶ୍ରୀକୃଷ୍ଣ
କାହାକୁ ମୃତ୍ୟୁ ମୁଖରୁ
ପାରନ୍ତି ନାହିଁ ବଞ୍ଚାଇ।
ନ୍ୟାୟ ନୀତି ଆଦର୍ଶକୁ ଭୁଲି
ଦୁର୍ଯ୍ୟୋଧନ କହେ ବିନା ଯୁଦ୍ଧେ
ଦେବି ନାହିଁ ସୂଚ୍ୟାଗ୍ରେ ମେଦିନୀ
ନିଜର ବିନାଶ
ପଛେ ହୋଇ ଯାଉ,
ଗର୍ବ ଅହଙ୍କାରେ ବାହୁବଳର
ଦାମ୍ଭିକତା ଦେଖାଇ
ନିଜ ଜିଦରେ ଅଟଳ ରହେ
ହେଲେ ଯା' ବି ହେଉ।
ସହଯୋଗ ଅସହଯୋଗର
ଦ୍ୱନ୍ଦ୍ୱରେ ଭିତରେ ବେଳେ ବେଳେ
ବାଧ୍ୟ ହୁଅନ୍ତି ସମର୍ଥନ କରିବାକୁ
ବିରଳ ବ୍ୟକ୍ତିତ୍ୱର ମଣିଷ
ପିତାମହ ଭୀଷ୍ମ
ଗୁରୁ ଦୌଣାଚାର୍ଯ୍ୟଙ୍କ ଭଳି ମହାନ
ହୋଇ ପଡନ୍ତି ବିବଶ,
ଜୀବନର ମୋଡ଼ରେ ଆସେ
ଅନେକ ପ୍ରତିବନ୍ଧକ
ସହଯୋଗ କି ଅସହଯୋଗ କରିବ
ଏ ବ୍ୟକ୍ତି ବିଶେଷର
ଏକାନ୍ତ ନିଜସ୍ୱ
ତଥାପି ସମୂହ ସ୍ୱାର୍ଥକୁ
ଅସହଯୋଗ କରିବା
ନୁହଁଇ ଉଚିତ
ବଞ୍ଚାଇ ରଖିବାକୁ ଆଦର୍ଶ।