STORYMIRROR

Sushree sangita Swain

Abstract

2  

Sushree sangita Swain

Abstract

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

1 min
3.1K

କେଉଁ ଅପରାଧ ପାଇଁ

ଅବେଳରେ ହେଲେ ନିର୍ବାପିତ

ଲିଭିଗଲା ଜୀବନ ପ୍ରଦୀପ

ସଦ୍ୟ ପ୍ରସ୍ଫଟିତ ସୁକୁମାର କଳିକା

ଵିତରିବା ଆଗୁ ନିଜ ସୌରଭ

ଭୁଲୁଣ୍ଠିତ ହେଲା ତାଙ୍କ ଜୀବନ ପାଦପ

ସ୍ୱଳ୍ପାୟୁ କରିବ ବୋଲି ତୁମେ

ଆଣିଥିଲ ସେମାନଙ୍କୁ ସଂସାର ଉଦ୍ୟାନେ

ଭରିଦେଲ ଅସୁମାରି ସ୍ବପ୍ନ

ହୃଦୟରେ ସୃଷ୍ଟିକଲ ବଞ୍ଚିବାର ଇଛା

ଜୀବନ ଦେଇଛ ବୋଲି ତୁମେ

କି ସାନ୍ତ୍ୱନା ଦେଇ ବା ପାରିବୁ

ଶୋକାତୁର ସ୍ୱଜନମାନଙ୍କୁ

ମରଣ ଯନ୍ତ୍ରଣା ଠାରୁ ଏ ଯେ ମର୍ମାନ୍ତକ

ଘେନ ଏ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract