STORYMIRROR

Aruna Kar

Tragedy

3  

Aruna Kar

Tragedy

ଅଶ୍ରୁଳ ଇତିହାସ

ଅଶ୍ରୁଳ ଇତିହାସ

1 min
13.5K



ଗଙ୍ଗବଂଶର ସେ ଅଲିଅଳି ଜେମା

ଚପଳଛନ୍ଦା ଅଳସୀ

ଇତିହାସେ ଲେଖା ପ୍ରତିଟି କାହାଣୀ

ତା ଲୁହରେ ଗଲା ଭାସି

ଦୁଗ୍ଧ ଫେନୀଳ ତା ଦେହ ଯୌବନରେ

ଫୁଟିଲା ପ୍ରେମର କଢି

ଭଲ ପାଇବାର ମନ ଉପକୁଳେ

ଆସିଲା ପ୍ରୀତିର ବଢି

ଫୁଲ ବଗିଚାରୁ ବାଛି ବାଛି କରି

ତୋଳିଲା ସୁନ୍ଦର ଫୁଲ

ହୃଦୟ ମଧ୍ଯରେ ରଖିଲା ସାଇତି

ବଢାଇଲା ତାର ମୂଲ

ସ୍ରଷ୍ଠା ସାଜିଲେ ଘାତକ ତାହାର

ଖିନ୍ ଭିନ୍ କଲେ ତନୁ

ନିର୍ଦ୍ଦେଶ ହୋଇଲା ଯାହା ଘଟିଗଲା

ପାଶୋରିଦେ ସବୁ ମନୁ

ଅନୂଢ଼ା କିଶୋରୀ ହେଲା ପଣବନ୍ଦୀ

ପଥରର ଜଉ ଘରେ

ଇଶ୍ୱରଙ୍କ ଦାନ ପାପ ମାତୃତ୍ୱକୁ

ଖାଇଗଲା ବିକଳରେ

କିମ୍ବଦନ୍ତୀ ର ସେ ପାଷାଣୀ କୌଶଲ୍ୟା

କାଳ ମଧ୍ୟେ ହଜିଗଲା

ମନକୁ ତାହାର ବୁଝିଲେନି କେହି

ସ୍ରଷ୍ଠା ବଇରି ସାଜିଲା

ଅରୁଣା କର

22.09.18

ଭୁବନେଶ୍ଵର

9437733495


Rate this content
Log in

Similar oriya poem from Tragedy