STORYMIRROR

Satyabati Swain

Fantasy

3  

Satyabati Swain

Fantasy

ଅଶ୍ରୁ

ଅଶ୍ରୁ

1 min
388


 

ଦିଟା ସାଗର ଧାର

 ପାଖେ ପାଖେ ବହୁଥାନ୍ତି

 କେତେବେଳେ ଖୁସିରେ

 ଆଉ ପୁଣି ଦୁଃଖରେ

 ବହି ପଡନ୍ତି

 ବେଶୀ ଟିକେ ଅସହାୟ ହୋଇପଡିଲେ

 ଭରସା ହରାଇଲେ

 ହାତ କାତ ନପାଇଲେ

 ପରିସ୍ଥିତି ଅଣାୟତ ହେଲେ

 ଏହାର ସୁଅ ବେଗ ବଢିଯାଏ

 ବେଶୀ ନିଃଶବ୍ଦେ

 କମ୍ କିନ୍ତୁ ଶବ୍ଦ କରନ୍ତି

 ଅଭିମାନରେ ଏ ଧାର 

 ଗୋଟେ ଛାତି

 ଆତ୍ମାକୁ ତିନ୍ତାଇ ଦିଅନ୍ତି।


ଭାରି ଆପଣାର

ଗୋଟା ପଣେ ଡୁବାଇ ଦେଲେ

ଫାଟି ଯାଉଥିବା ଛାତି

ଟିକେ ଉଶ୍ୱାସ ଲାଗେ

ପଣତ କାନି

ଏ ଧାର ପୋଛି

ପଛକୁ ପକାଇ ଦିଏ

କେବେ କେବେ ଲୁଚାଏ

କାଇଁ ନାଇଁ ତ

ପୋକଟା ପଡି ଯାଇଥିଲା

ଧୂଆଁ ବାଜିଲାତ

ଏମିତି ବାହାନା କରି

ବଞ୍ଚୁଥାଏ।


ଅତି ଆପଣା ପଣରେ "ଏ"

ଏକାତ୍ମ ହୋଇ ଯାଆନ୍ତି

ସୁଖେ ବା ଦୁଃଖେ 

ଛାଇ ହୋଇ ରହିଥାନ୍ତି

ଖୁସିରେ କାକର ବିନ୍ଦୁରୁ

ମୁକ୍ତା ପାଲଟି ଯାଆନ୍ତି

ଦୁଃଖରେ

ହିମାଳୟ ବରଫ ଶୃଙ୍ଗ

ଥାଆନ୍ତି କିନ୍ତୁ

କେବେ "ଆଖି ଆକାଶେ"

କେବେ ହୃଦ ପ୍ରଶାନ୍ତ ମହାସାଗରରେ।।


ଖୁବ୍ ଚିପି ହୋଇ ଥାନ୍ତି

ମୋ ସହ ସେ ମିତଟି

"ଅଶ୍ରୁ"

ତୁମେ ଗୀତ ଗାଅ

କି ଶୀତ ଆଣ

ବେଇମାନୀ କରନି ଜମା

ପ୍ରତାରଣା ଦିଅନି କେବେ

କି ଡିଭୋର୍ସ ଦେଇନ

କୌଣସି ପରିସ୍ଥିତିରେ

ଅତଏବ ତୁମେ ମୋର

କେବଳ ମୋର ଆଜୀବନ

ଗୋଟେ ଆଶ୍ୱାସନା ତୁମେ

ଅଶ୍ରୁ ମୋ ଚିର "ବାନ୍ଧବୀ'

ମୋତେ ବୁଝିଥାଅ

ସେଇ ପାଇଁ ତ ମୋ ପାଖେ ପାଖେ ଥାଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy