STORYMIRROR

Dr.Omm Prasad Pradhan

Abstract Tragedy

3  

Dr.Omm Prasad Pradhan

Abstract Tragedy

ଅଶ୍ରୁ

ଅଶ୍ରୁ

1 min
278


ଆଖିର ପଲକ ଭିତରେ

 ଆନ୍ଦୋଳିତ ଅଶ୍ରୁ ମୁଁ 

ବାହ୍ୟ ଜଗତ ନିଷିଦ୍ଧ ମୋ ପାଇଁ 

ତାହା ପ୍ରବେଶ ହେଉ ଅବା ପ୍ରସ୍ଥାନ 

ଗମନ କିମ୍ବା ଅନୁଗମନ ...

ସମସ୍ତ ମାର୍ଗ ନିଷିଦ୍ଧ 

ନିମିଷକ ପାଇଁ ମଧ୍ୟ ନୁହେଁ 

ବାହ୍ୟ ଜଗତରେ ପ୍ରବେଶ 

ଫେରିବାକୁ ସାହସର ଅଭାବ 

ଯିବା ପାଇଁ ଭୟ ....

ହେଲେବି ମୁଁ ଯିବି ।

ସମ୍ୟକ ଭାବନାର ବେଗ ସହ 

ପ୍ରବାହିତ ହେବାର ମୋହ ନେଇ 

କଳଙ୍କ ପ୍ରକ୍ଷାଳନ ଉଦ୍ଦେଶ୍ୟରେ 

ପ୍ରାୟଶ୍ଚିତର ବହ୍ନୀ ସହ 

ଚକ୍ଷୁ ଭେଦନ କରି ।

ମୋତେ ଯିବାକୁ ପଡ଼ିବ ....

ଉଦ୍ଦେଶ୍ୟର ସିଦ୍ଧ ମନ୍ତ୍ର ନେଇ 

ହୃଦୟର ନିବୃତ କୋଣ ଭିତରୁ ,

ବାହାରି ସାରିଛି ......

ଚକ୍ଷୁରେ ସ୍ଥିର ରହି ,

ଅସ୍ଥିରତା ପ୍ରକଟ ପାଇଁ ,

ମୁଁ ଚିର ବହିସ୍କୃତ ।

ମୁଁ ଅଶ୍ରୁ ଏକ ଉଲ୍କାପାତ... ।

   

              





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract