STORYMIRROR

K. Nirmal

Inspirational

3  

K. Nirmal

Inspirational

ଅଶ୍ରୁ ବୋହିଯାଏ ରକ୍ଷା ପୂର୍ଣ୍ଣିମା

ଅଶ୍ରୁ ବୋହିଯାଏ ରକ୍ଷା ପୂର୍ଣ୍ଣିମା

1 min
13.3K


ଭାଇ ଜନ୍ମ ହୋଇ ଦେଇ ପାରିଲିନି

ଭଉଣୀ ହାତରେ କିଛି,

ତିନି ଭଉଣୀଙ୍କ ହାତ ଖାଲି ପଡେ

ନିଜକୁ ମୁଁ ଧିକ୍କାରୁଛି ।

ରକ୍ଷା ପୂର୍ଣ୍ଣିମାରେ ଦେଖୁଥାଏ ଯେବେ

ସମସ୍ତଙ୍କ ମୁଖେ ହସ,

ନୟନରୁ ମୋ'ର ଅଶ୍ରୁ ବୋହିଯାଏ

ଲାଗେ ଭାରି ଅଵଶୋଶ ।

ପ୍ରଭୁ କାହିଁ ଏତେ କପଟ କରନ୍ତି

କେତେ ପ୍ରଶ୍ନ ଆସେ ମନେ,

ଭଉଣୀ ମୁଖରେ ହସ ଦେଖିବାକୁ

ଇଚ୍ଛା ହୁଏ ସବୁ ଦିନେ।

ଏତିକି କରୁଣା କର ହେ ମଣିମା

ଗୁହାରି ଶୁଣିମା ହେଉ,

ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ

ସର୍ବଦା ଅତୁଟ ରହୁ ।।

କେ.ନିର୍ମଳ

ଭଦ୍ରକ,ବାସୁଦେବପୁର(ଜଗନ୍ନାଥି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational