ଅସହଜ ଏ ଜୀଵନ
ଅସହଜ ଏ ଜୀଵନ
ସହଯାତ୍ରୀ କୋଉଯାଏଁ ହେବ
ତୁମେ ଜାଣିନ କି ମୁଁ ଜାଣିନି
ଭରସା ପାଇଛି ବିଶ୍ୱାସ ରଖିଛି
ପାଦ ଥାପିଛି ପାଦ ମିଳାଇ
ବାଲିଚରିଯାଉ ଅବା ଲୁଣିମାରୁ
ବନ୍ଧୁର ପଥରେ ଜଣକୁ ଜଣେ
ନହେଲେ ପଥ ସରେନା ଜମା
ରାତ୍ରୀଚର ପକ୍ଷୀର ଶବ୍ଦ
ଭୟ ଭରେ ମନରେ ନିଶବ୍ଦ
ଏମିତି ହିଁ ହୁଏ ବୋଧହୁଏ
କେତେ ଡର ଭିତରୁ ଗୋଟେ ଇଏ
ଦୁହେଁ ହାତ ଭିଡି ଧରି ଡାକିବା ଓଁମ
ହରି ରାମ କୃଷ୍ଣ ନମଃ ନମଃ ନମଃ
ସତ୍ୟରେ ଥାଇ ଗଣି ଗଣି ପାଦ ପକାଇ
ବାଟ ଚାଲୁଥିଲେ ପ୍ରେମ ପକ୍ଷୀ ଦୁଇ
ଶେଷରେ କଣ ଅଛି ଅସହଜ କହିବା ପାଇଁ
ଥିଲେ ସାଇଁ ବୁଝିବେ ମନ ଦେଇ ନେଇ
ତଥାପି ହାତ ଛାଡିବାକୁ ହେବ
ଯାହାକୁ ହେଲେ ପଛ ଆଗ
ଏଇତ ଜୀବନର କାନ୍ଦ କାନ୍ଦ ସଞ୍ଜ
କୋହ ମୋହ ସାଥେ ଦୁଇ ପାଣିଚିଆ ମୁହଁ
ଭାରି ସୁନ୍ଦର ସେଇ ଦିନର ଅଦିନ
ଫେରିବନି ପଛ ଜୀଵନ
ଭାରି ଅବୁଝା ଏ ମନର ଗୁଞ୍ଜନ
ଏଇତ ଦେଦରଦୀ ସଞ୍ଜ ଆଉ କୁଞ୍ଜ
ମିଞ୍ଜି ମିଞ୍ଜି ଜଳୁଥିଲା ସେଦିନ ଓ ଆଜି ସଞ୍ଜ
ଏଇତ ଅସହଜ ଜୀବନର ଖାଣ୍ଟି ମଞ୍ଜ
ରଞ୍ଜ ରଞ୍ଜ ସଞ୍ଜର କୋହ ଲୁହ ଭରା ଖଞ୍ଜ
