STORYMIRROR

Ashok Kumar Pradhan

Abstract

3  

Ashok Kumar Pradhan

Abstract

ଅଶାନ୍ତ ପୃଥିବୀ

ଅଶାନ୍ତ ପୃଥିବୀ

1 min
11.9K

କେବେ ସେ ଦିନ ଆସିବ

କରୋନାର ଶକ୍ତ ପଞ୍ଝା କବଳରୁ

ସମୁଦାୟ ବଳ କଷି ଭିଡି ଆଣିବାକୁ 

ଯନ୍ତ୍ରଣା ଜର୍ଜରିତ ବୁଭୁକ୍ଷା ରହିତ 

ସବୁଜ ବଳୟ ପର୍ଯ୍ୟବେସିତ 

ଆୟୁଷ୍ମାନ୍ ପୃଥିବୀକୁ ll


ବାହ୍ୟ ବଳୟରେ ସିଞ୍ଚିବାକୁ

ପ୍ରାର୍ଥନାର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

ଘଣ୍ଟ ଘଣ୍ଟା ଶବ୍ଦ ସହ କରତାଳି 

ସାନିଟାଇଜରର କୁହେଳି 

ଆଉ ବିବିଧ ପୁଷ୍ପର ପୁଷ୍ପାଞ୍ଜଳି 

ଆତ୍ମପ୍ରତ୍ୟୟର ଦୃଢ ଶିକୁଳି ll


ଏହା ଏକ ଘଡିସନ୍ଧିର ମୁହୂର୍ତ୍ତ

ଯୋଉଠି ଭାବିବାକୁ ପଡୁଛି 

କଣ କରିବି, କୁଆଡେ ଯିବି 

କେମିତି ଚଳିବି କୋଉଟା ମାନିବି

ସ୍ଵାଧୀନ ହୋଇ ବି ପରାଧୀନ 

ଏକ ଭୁତାଣୁର ଖୋଲାଖୋଲି ଆହ୍ଵାନ ll


ଗୃହବନ୍ଦୀ ହେବ, ସଟଡାଉନ ବି ହେବ

କେତେ ଗଢ଼ିବ କେତେ ଭାଙ୍ଗିବ

ଯାହା କଲେ ବି ଯେତେଯାଏଁ 

ଜନ ସଚେତନତା ନ ହୋଇଛି 

ମୋ ଦୃଷ୍ଟିରେ ସେତେଦିନ ଯାଏ 

ବିପଦର ନାଁ ନ ଟଳିବ ll


ଚାଲ ଆମେ ସଚେତନ ହେବା

ଜଣେ ଜଣଙ୍କୁ ଏହି ବାର୍ତ୍ତା ଦେବା 

ସମୟ ସାଥିରେ ତାଳ ଦେଇ ଚାଲିବା

ନିତି ବିଧି ଆଇନ୍ କାନୁନ୍ କୁ ମାନିବା 

ଏକ ସୁନ୍ଦର ପୃଥିବୀର ସ୍ଵପ୍ନ ଦେଖିବା 

ଆଉ ସୁନ୍ଦର ସକାଳରେ ପ୍ରେମର ଗୀତି ଗାଇବା ll


ପୁଣି ପୃଥିବୀ ହସିଉଠିବ

ଏକ ଦୁଃଖଦ ସମୟର ଅନ୍ତ ହେବ 

ପ୍ରାଣଭରି ଅନୁଭବରେ ଆବେଗ ଭରିବ 

ବିଶ୍ଵ ନିଃସ୍ବ ନ ହୋଇ ଶାନ୍ତିଶ୍ବାସ ମାରିବ 

ବିହଙ୍ଗ କାକଳୀର ମଧୁର ତାନ ଗାଇ ଉଠିବ 

ବିଜୟ ପତାକା ମଥାରେ ବାନ୍ଧି 

ନିଜ ଗତିରେ ଅବିରତ ଘୁରିବ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract