Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଅରୂପରେ ରୂପ ତୁମେ

ଅରୂପରେ ରୂପ ତୁମେ

1 min
353



ତୁମେ ଶୂନ୍ୟଦେହୀ ତୁମେ ଭାବଗ୍ରାହୀ

ତୁମେ ସ୍ୱୟଂ ପରଂବ୍ରହ୍ମ

ହୃହୟରେ ଚିନ୍ତେ ଯେ ଜନ ତୁମକୁ 

ପୂର୍ଣ୍ଣ କର ମନସ୍କାମ I


ଏ ଜୀବନ ପରା ମୋହନ ବଂଶୀ

ତୁମେ ସେ ବଂଶୀ ସ୍ୱର

ସେହିସ୍ୱରେ ଗୀତ ଗାଇଦେଲେ ପଦେ

ମନ ହୋଇଯାଏ ସ୍ଥିର I


ସୀମାହୀନ ତୁମ ବ୍ୟାପ୍ତି ମହାପ୍ରଭୁ

ଅରୂପରେ ରୂପ ତୁମେ

ତୁମ ଦରଶନେ ତୁମରି ଚିନ୍ତନେ

ମନ ଝୁମିଯାଏ ପ୍ରେମେ I


ଏ ଧରାଧାମର ଅଣୁ ପରମାଣୁ 

ସବୁଠାରେ ତୁମେ ଥାଅ

ଜନମ ମରଣ ତୁମରି ଭିଆଣ

ତୁମେ ଦିଅ ତୁମେ ନିଅ I


ତୁମେ ଇଛାକଲେ ଶୁଷ୍କ ତରୁଡାଳ

ନବ ପଲ୍ଲବରେ ଭରେ

ତୁମେ ଚାହିଁଦେଲେ ଆକାଶରୁ ମେଘ

ଝର ଝର ହୋଇ ଝରେ I


ବିଶ୍ୱାସରେ ତୁମେ ଧରାଦିଅ ପ୍ରଭୁ

ଭକ୍ତ ପାଏ ତୁମ ଦେଖା

ତୁମ ପାଦତଳେ ସମର୍ପିଲି ମୋତେ

ଲେଖ ମୋର ଭାଗ୍ୟରେଖା I

   


Rate this content
Log in

Similar oriya poem from Abstract