ଅରୁଣ ସ୍ତମ୍ଭ
ଅରୁଣ ସ୍ତମ୍ଭ
କାଳିଆ ସାଆନ୍ତ ବଳିଆର ଭୁଜ
ଅଭଡ଼ା ବାଣ୍ଟୁଛୁ ନୀତି,
ପତିତ ଜନକୁ ଉଦ୍ଧାରିବା ପାଇଁ
ଦେଖ ନାହିଁ ତୁମେ ଜାତି ।
ରତ୍ନ ସିଂହାସନେ ତୁମେ ବସିଅଛ
ଭାଇ ଭଉଣୀକୁ ଧରି,
ଅନାଦି କାଳରୁ ତୁମେ ରହିଅଛ
ଛତିଶ ନିଯୋଗ ଧରି ।
ତୁମ ଚକାଆଖି କେଡେ ଯେ ସୁନ୍ଦର
ଅସୀମ ତା'ର ଆକାର,
ଆଖିର ପଲକେ ସବୁ ଲୁଚିଯାଏ
ଘୋଟି ଆସେ ଯେ ଅନ୍ଧାର ।
ବୈକୁଣ୍ଠ ଲାଗେ ତୋ ନୀଳାଚଳ ଧାମ
ଶରଧା ବାଲି ନିର୍ମାଲ୍ୟ,
ଅରୁଣସ୍ତମ୍ଭ ତୋ ସରଗକୁ ସିଡ଼ି
ମିଳିଥାଏ କେତେ ମୂଲ୍ୟ।