STORYMIRROR

Trushna Das

Inspirational Others

3  

Trushna Das

Inspirational Others

ଅର୍ଥ

ଅର୍ଥ

1 min
582

ସବୁ ଶବ୍ଦର ଥାଏ ଅନେକ ଅର୍ଥ 

ଶବ୍ଦର ସମହାରକୁ ନେଇ ଗଢା ବାକ୍ୟର ଅର୍ଥ 

ବୁଝି ପାରିଲେ ଜୀବନରେ ଉନ୍ନତି କରିବାକୁ ହେବ ସମର୍ଥ 

ନ ବୁଝି ପାରିଲେ ଜୀବନରେ ହୋଇ ଥାଏ ଅନର୍ଥ।


କହିବା ଆଗରୁ ବୁଝ କଥାର ଅର୍ଥ 

ନିଷ୍ପତ୍ତି ନେବା ଆଗରୁ ବୁଝ ଶୁଣି ଥିବା କଥାର ଅର୍ଥ 

ନ ବୁଝି ଅର୍ଥ 

କଲେ କାମ ହେବ ବ୍ୟର୍ଥ। 


କାମ କର ବୁଝି ସୁଝି ଅର୍ଥ 

ସବୁ କଥାରେ ନ ରଖ ନିଜ ସ୍ୱାର୍ଥ 

ନ ହେଲେ ଲୋକେ କହିବେ ତୁମକୁ ସ୍ୱାର୍ଥପର

କେହି ନ ଥିବେ ତୁମ ପାଖରେ କହିବାକୁ ଆପଣାର। 


ସବୁ ସମ୍ପର୍କରେ ଥାଏ ଭିନ୍ନ ଭିନ୍ନ ଅର୍ଥ 

ରଖିଲେ ସମ୍ପର୍କରେ ସର୍ତ୍ତ 

ବଦଳି ଥାଏ ସମ୍ପର୍କର ଅର୍ଥ 

ହୋଇ ଥାଏ ସମ୍ପର୍କ ନିରର୍ଥକ।


ଅନ୍ୟର ଭାବନା ବୁଝିବାରେ ହୋଇଲେ ସମର୍ଥ 

ଦୃଢ ହୋଇ ଥାଏ ସମ୍ପର୍କ 

ସବୁ ହୋଇ ଥାନ୍ତି ନିଜର

ଜୀବନ ହୋଇ ଥାଏ ସୁଖକର।


ନ ରଖି ସ୍ୱାର୍ଥ 

କରି ଚାଳ ନିଜ କର୍ତ୍ତବ୍ୟ ଏବଂ କର୍ମ ନିରନ୍ତର

ତୁମର ପରିଶ୍ରମ ନ ଯିବ ବ୍ୟର୍ଥ 

ଦିନେ ନା ଦିନେ ସଫଳ ହେବାରେ ହୋଇବ ସମର୍ଥ 

ପରିପ୍ରକାଶ ହେବ ତୁମ ଜୀବନର ଅର୍ଥ 

ସର୍ବ ଠାରେ ହୋଇବ ଯଶ ଗାନ ତୁମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational