Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Abstract

3  

Debaki Behera

Abstract

ଅର୍ଦ୍ଧନାରୀଶ୍ୱର

ଅର୍ଦ୍ଧନାରୀଶ୍ୱର

1 min
229



ଗୋଟିଏ ଶରୀର ଦୁଇଟି ଅଙ୍ଗ

ନର ନାରୀ ପୁଣି ଏକୋଇ ସଙ୍ଗl

ଜଗତରେ ପରା ନର ଓ ନାରୀ

ସେହି ଦୁଇଜଣ ଯୁଗାନ୍ତକାରୀ l

ସୃଷ୍ଟି ର ଆରମ୍ଭ ତାଙ୍କରିଠାରୁ

ଶିବ ଶକ୍ତି ଙ୍କର ମିଳନ ଠାରୁ l

ଅର୍ଦ୍ଧନାରୀଶ୍ୱର ଅଟନ୍ତି ସେହି

ଯୁଗଜନ୍ମା ପରା ଅଟନ୍ତି ଦୁଇ l

ସ୍ମଶାନ ବାସୀ ଯେ ଅଟନ୍ତି ଶିବ

ପାଉଁଶ ଟି ତାଙ୍କ ଅଟଇ ଭାବ l

ତେଣୁ ଦେହେ ବୋଳି ହୋନ୍ତି ପାଉଁଶ

ମୃତ୍ୟୁ ପରେ ଜୀବ ହୁଅଇ ଶେଷ l

ସଂସାରୀ ହୋଇବି ବୈରାଗୀ ଟିଏ

ଏକାଗ୍ରତା ଚିତ୍ତେ ଧ୍ୟାନ ରେ ସିଏ l

ଶିଖାଇ ଥାନ୍ତି ଆମ୍ଭ ମାନଙ୍କୁ

ଲୋଭ ମୋହ ଛାଡ଼ ସବୁ କଥାକୁ l

ଆଉ ଜଣେ ପରା ମାତା ଅପର୍ଣ୍ଣା

ସବୁଘରେ ବିଜେ ମା ଅର୍ଣ୍ଣପୂର୍ଣ୍ଣା l

ତାଙ୍କ ବିନା ସୃଷ୍ଟି ପୁରା ଅଧୁରା

ଜନନୀ ଅଟନ୍ତି ସେ ସଭିଙ୍କର l

ନାରୀକୁ ସମ୍ମାନ ଦେବାଟି ଜାଣ

ନିଶ୍ଚୟ ହସିବ ପୃଥିବୀ କୋଣ l



Rate this content
Log in

Similar oriya poem from Abstract