STORYMIRROR

Purnima Prusty

Abstract

2  

Purnima Prusty

Abstract

ଅର୍ଦ୍ଧାଙ୍ଗିନୀ ମୁଁ

ଅର୍ଦ୍ଧାଙ୍ଗିନୀ ମୁଁ

1 min
2.7K

ମଥା ମୋର ସିନ୍ଦୁର ତମ ନାଁ ର

ହାତ ମୋର ଶଙ୍ଖା ତମ ନାଁ ର

ଗର୍ଭ ମୋର ଛୁଆ ତମ ନାଁ ର

କୁହ,ତମ ପାଖରେ କିଛି ଅଛି ଯାହା ମୋ ନାଁ ର

ଘର ତମର ମାଣ ମୁଁ ବସେଇବି

ଅଗଣା ତମର ସଞ୍ଜ ମୁଁ ଜାଳିବି

ପରିବାର ତମର ଯତ୍ନ ମୁଁ ନେବି

କୁହ,ଏମିତି କିଛି ଅଛି ଯାହା ମୋ ପାଇଁ ତମେ କରୁଛ

ତମକୁ ପାଇଲି ମୋ ନିଜ ଘର ପର ହେଲା

ତମକୁ ପାଇଲି ନିଜ ସ୍ୱାଧୀନତା ହଜିଗଲା 

ତମକୁ ପାଇଲି ମୋ କୁମାରୀତ୍ବ ଚାଲିଗଲା

କୁହ,ଏମିତି କିଛି ଅଛି ଯାହା ମୋ ପାଇଁ ତମେ ହରେଇଲ

ବାପାଙ୍କୁ କହିଲି ନିଜ ଘର ଯିବି

ଦିଅଗୋ ମେଲାଣି ବିଦାୟ ଦିଅ

ଶାଶୁ ଘରେ ମୁଁ ହେଲି ପର ଝିଅ

କୁହ,କୋଉଟା ମୋ ନିଜ ଘର କଣ ମୋ ପରିଚୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract