STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ଅର୍ଚ୍ଚନା

ଅର୍ଚ୍ଚନା

1 min
14K



ତୁମ ଅରଚନା ହୋଇଲାକି ଊଣା

ଆହେ ପ୍ରଭୁ କୃପାନିଧି

କିଛି ତ କୁହନି ମୁଁ ବି ତ ଜାଣିନି

ତୁମ ଅର୍ଚ୍ଚନାର ବିଧି ॥୦॥

ଧୁପ ଦୀପ ଫୁଲ ତୁଳସୀର ମାଳ

ଚନ୍ଦନ, କର୍ପୁର ନେଇ

ଅନ୍ତରେ ଭକତି ଶ୍ରଦ୍ଧା ଆଉ ପ୍ରୀତି

ଅରପିଛି ପଦେ ମୁହିଁ

ପୂଜାପାଠ ମନ୍ତ୍ର ଅବା ସ୍ତବ ସ୍ତୋତ୍ର

ଜାଣେନି ମୁଁ ହୀନବୁଦ୍ଧି

ତୁମ ଅରଚନା ହୋଇଲାକି ଊଣା

ଆହେ ପ୍ରଭୁ କୃପାନିଧି॥୧॥

ତୁମେ ଦୟାବହି ଆହେ ଭାବଗ୍ରାହୀ

ଜାଣ ଅନ୍ତର ଭାବନା

ମୋ ଅନ୍ତର କଥା ବେଦନା ଓ ବ୍ୟଥା

ତୁମେକି ବୁଝି ପାରନା

ଶୁଣ ବା ନଶୁଣ ତୁମ ନାମ ଗୁଣ

ଭଜୁଥିବି ନିରବଧି

ତୁମ ଅରଚନା ହୋଇଲାକି ଊଣା

ଆହେ ପ୍ରଭୁ କୃପାନିଧି॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational