STORYMIRROR

Biswanath Nayak

Abstract

4  

Biswanath Nayak

Abstract

ଅପୂର୍ଣ୍ଣ

ଅପୂର୍ଣ୍ଣ

1 min
306


ଅନ୍ତରଟା ନ ହସିଲେ

    ଓଠେ ହସ ଲାଗେ ଫିକା ଫିକା,

ଆତ୍ମୀୟତା ନ ମିଳିଲେ

     ସମ୍ପର୍କଟା ଲାଗେ ଗୋଟେ ଧୋକା। 

ସବୁଜିମା ନ ରହିଲେ

      ଶୋଭାହୀନ ଦିଶେ ବନ ଭୂଇଁ,

ନୀଳ ବୀଚିମାଳା ବିନା

      ସାଗରଟା ଶୋଭା ପାଏ ନାହିଁ। 

ସୀମନ୍ତଟା ଲାଗେ ଫାଙ୍କା

       ନ ଲାଗିଲେ ସେଥିରେ ସିନ୍ଦୂର,

ସୀମାନ୍ତ ପ୍ରହରୀ ବିନା

        ସୀମାନ୍ତଟା ଦିଶେ ଅସୁନ୍ଦର। 

ଗଛଟା ଲାଗେ ଅଧୁରା

        ନ ହସିଲେ ଫୁଲ ଫଳ ଭାରେ,

ନାରୀ ଲାଗଇ ଅପୂର୍ଣ୍ଣ

        ମାତୃତ୍ଵର ବିନା ପରଶରେ।

ସମଦରଶୀ ନହେଲେ

        ପାଣ୍ଡିତ୍ୟଟା ଲାଗେନାହିଁ ପୂର୍ଣ୍ଣ,

ଦୁଃଖୀ ଦୁଃଖ ନ ବୁଝିଲେ

         ଧନୀ ଲାଗେ ଯେସନେ ନିର୍ଦ୍ଧନ। 

ମଣିଷ ଜନମ ପାଇ

         ନ ରହିଲେ ପର ଉପକାରେ,

କିଶୁଂକ ପୁଷ୍ପ ପରାୟେ

         ବାସ ହୀନ ଜୀବନ ମହୀରେ। 

ମାଟି ମାଆ ସେବା ବିନା

         ଜନମଟା ହୁଏନାହିଁ ପୂର୍ଣ୍ଣ,

ପୂର୍ଣ୍ଣ ଭଳି ଲାଗିଲେବି

          ବାସ୍ତବରେ କିଛିଟା ଅପୂର୍ଣ୍ଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract