STORYMIRROR

Debabrata Jena

Inspirational Others

3  

Debabrata Jena

Inspirational Others

ଅପୂରଣୀୟ ତବ ଶୂନ୍ୟସ୍ଥାନ

ଅପୂରଣୀୟ ତବ ଶୂନ୍ୟସ୍ଥାନ

1 min
14K


ତୁମେ ଗଲାପରେ ଜୀବନ ରାସ୍ତାରେ

ଝୁଂଟୁଛି ମୁଁ ପ୍ରତିଦିନ

ପ୍ରତୀକ୍ଷଣେ ତୁମ ଉପସ୍ଥିତି ବିନା

ଜୀବନଟା ମୂଲ୍ୟହୀନ ।।(1)

ଅମଡା ବାଟର ବାଟୋଇ ସାଜିଣ

ତୁମେ ଚାଲିଗଲ ସିନା

ଜୀବନର ଏଇ ଚଳା ପଥେ ମୁଁ ଯେ

ଅନୁଭଵଇ ଶ୍ରୀହୀନ ।।(2)

ଅଥଳ ସାଗର ସମ ଏ ଜୀବନ

ଥଲକୁଳ ପାଉ ନାହିଁ

ଅଧା ବାଟେ କାହିଁ ଛାଡି ଚାଲିଗଲ

ଏ ମନ ବି ବୁଝୁ ନାହିଁ ।।(3)

ସମୟ ସ୍ରୋତରେ ସବୁ ବହିଯିବ

ସର୍ବେ ଦିନେ ଯିବେ ମରି

ଏକଥା ଜାଣି ବି ତବ ଶୂନ୍ୟ ସ୍ଥାନ

ପାରୁନି ଗ୍ରହଣ କରି ।।(4)

ନିର୍ଜନତା ଭରା ଶୂନ୍ୟ ମୁହୂର୍ତ୍ତରେ

ତୁମ କଥା ଭାଳେ ନୀତି

ଅବିସ୍ମୃତ ସେହି ସ୍ୱର୍ଣ୍ଣିମ ଅତୀତେ

ଖୋଜେ ତୁମ ସ୍ନେହ ପ୍ରୀତି।।(5)

ତବ ଶୁଭକୃପା ବୁହାଇ ଦିଅ ମା

ମୋର ବନ୍ଧୁର ଜୀବନେ

ବଞ୍ଚିପାରିବିନି ଏ ଜୀବନେ ମା ଗୋ

ତୁମ ସେ କୃପା ବିହୁନେ ।।(6)

ଅଦ୍ୟ ପୁଣ୍ୟ ତିଥି ତବ ଜନ୍ମଦିନେ

କରେ ଏତିକି ମନନ

ତବ କୃପା ବଳେ ଜିଉଁଥିବି କାଳ

ବିଭୁ ପଦେ ନିବେଦନ ।।(7)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational