STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅପୂର୍ବ ରଚନା

ଅପୂର୍ବ ରଚନା

1 min
525

କରିଛୁ ଭିଆଣ ଅପୂର୍ବ ଭିଆଣ

  ନପାରନ୍ତି ଏହୁ ବୁଝି,

ପିଣ୍ଡୁ ଛାଡ଼ି ଯାଏ ମନୁଷ୍ୟର ପ୍ରାଣ

  କେ ପାରିବ ତାହା ବୁଝି।


ମୃତ୍ୟୁ ଅଟେ ସତ୍ୟ ଜନମ ହୋଇଲେ

  ଜଣା ନାହିଁ ସମୟର,

ବୃଦ୍ଧ ମରୁ ଛନ୍ତି ମରେ ଶିଶୁ ଯୁବା

  କିପରି ଭିଆଣ ତୋର।


ରାମ ନାମ ସତ୍ୟ ଜଗନ୍ନାଥ ସତ୍ୟ

  ସତ୍ୟ ଅଟେ କୃଷ୍ଣ ନାମ,

ମୃତ୍ୟୁ ଅଟେ ସତ୍ୟ ମନୁଷ୍ୟ ଜୀବନେ

  ଗୁଞ୍ଜି ଉଠେ ତବ ନାମ।


ଆତ୍ମା ମିଶେ ଯାଇ ପ୍ରମାତ୍ମାରେ ତାର

  ପିଣ୍ଡ ଯାଏ ଶ୍ମଶାନରେ,

ବନ୍ଧୁ ଓ କୁଟୁମ୍ବ ବହି ଥାନ୍ତି ପିଣ୍ଡ

  ରାମନାମ ଗୁଞ୍ଜନରେ।


ପୁରୋହିତ କରେ ପିଣ୍ଡ ଦାନ ତହିଁ

  ମୁଖେ ଅଗ୍ନି ପୁତ୍ର ଦିଏ,

ଜଳି ଉଠେ ଅଗ୍ନି ହୁହୁ ହୁହୁ ହୋଇ

  ଅଗ୍ନି ପିଣ୍ଡ ଜାଳି ଦିଏ।


ପିଣ୍ଡ ଜଳି ଗଲେ ଭାଇ ଓ କୁଟୁମ୍ବ

  ନଦୀରେ କରନ୍ତି ସ୍ନାନ,

ନଦୀ ସ୍ନାନ ସାରି ଘରକୁ ଆସନ୍ତି

  ଛୁଅନ୍ତି ଗବର ଧାନ।


ଘର ଚାଳ ଛୁଇଁ ନିଜ ଘରେ ଯାନ୍ତି

  ସଂସ୍କୃତି ଅଟେ ଟି ଆମ

ବିଧିବିଧାନରେ ହୁଏ ଦାହାକର୍ମ

  ହିନ୍ଦୁ ସଂସ୍କୃତିରେ ଆମ।


ମହିଳା ଯାଆନ୍ତି ନଦୀ ତୁଠେ ପୁଣି

  ନାମରେ ବୁଡ଼ ତାଙ୍କର,

ଡୁବ କାର୍ଯ୍ୟ ସାରି ନୀତି ଓ ନିୟମେ

  ଆସନ୍ତି ଘର ତାଙ୍କର ।


ଦ୍ବିତୀୟ ଦିନରେ ତିକ୍ତ କାର୍ଯ୍ୟ ହୁଏ

  ନବମୀରେ ଆସେ କ୍ରୀୟା,

ଦଶମୀରେ ହୁଏ ମଣ୍ଡନର କାର୍ଯ୍ୟ

  ଶୁଦ୍ଧି ପାଇଁ ଶୁଦ୍ଧିକ୍ରିୟା।


ଦଶପିଣ୍ଡ ଦାନ ଦଶମୀର ଦିନ

  ରାତ୍ରିରେଟି ଦଶଭାତ,

ଏଗାର ଦିନରେ ପିଣ୍ଡଦାନ ହୁଏ

  ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ।


ବ୍ରାହ୍ମଣେ ଭୋଜନ ହୁଏ ଏହୁ ଦିନ

  ବ୍ରାହ୍ମଣେ ଦକ୍ଷିଣା ପୁଣି

ଆଦରେ ଭଜନ କୁଟୁମ୍ବେ କରନ୍ତି

  ପିତୃର ଶ୍ରାଦ୍ଧରେ ପୁଣି।


ହୁଏ କ୍ରୀୟାକର୍ମ ଶେଷ ବାରଦିନ

  ଙ୍ଗାତି ଭୋଜନକୁ ଦେଇ,

ଭକ୍ତି ମନେ କରେ ପୁତ୍ର କ୍ରୀୟାକର୍ମ

  ନୀତି ନିୟମକୁ ନେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract