ଅପରୂପା
ଅପରୂପା
କି ଅବା ଉପମା ଦେବି ସୁଷମାର
ସବୁଠୁଳ ତୋହଠାରେ
କୋଳରେ ବହଇ କେତେ ନଦ, ନଦୀ
କଳନା କେ କରିପାରେ?
ଗଛଲତା ତୋ'ର ଫଳ, ଫୁଲେ ଭରା
ନିତି ମୋହୁଥାଏ ମନ
ଝାଟିମାଟି ନଡା ଛପରର ଘର
ଲାଗଇ ଇନ୍ଦ୍ର ଭୁବନ l
ପ୍ରକୃତି ମାଆଲୋ ସହି ଅତ୍ୟାଚାର
ହୋଇନୁ କେବେ ବିମୁଖ
ଅପରୂପା ପୁଣି ମମତାମୟୀ ତୁ
ପଣତ ଘୋଡାଇ ରଖ l
