ଅପରୂପା ରାଧିକା
ଅପରୂପା ରାଧିକା
ଅଳତା ବୋଳା ପାଦେ ନୂପୁର
ଭଜେ କୃଷ୍ଣ ନାମ ସୁର
ସୁ'ମଧୁର ସେଇ ସ୍ବରେ ବିମୋହିତ
ହେଲେ ଜଗତ ଈଶ୍ବର ।
ରସିକ ରାଜଙ୍କ ରସିକ ପଣକୁ
ଶୋଭା ବଢାଅନ୍ତି ସେ ରାଧାରାଣୀ
ଆନମନା ମତି ତିଆରୁଛି ଭିତ୍ତି
ସାଜସଜ୍ଜା କହେ ଅକୁହା କହାଣୀ ।
କୋଇଲିର ତାନ ମଳିନ ପଡିଛି
ରାଧା ନିରବତା ସୁରେ
ଫଗୁଣ ମଳୟ ବିରହେ ମରନ୍ତି
ବସନ୍ତ ରାଜ ନଅରେ ।
କ୍ଷୀଣ କଟୀ ସଜ ସତେ ଲତା ରାଜ
ଆଳସ୍ୟେ ଶୋଇଚି ଚେଇଁ
ଝୀନ ବସ୍ତ୍ର କାନି ଲୋଟେ ଧରଣୀରେ
ଭାବେ ବିମୋହିତ ହେଇ ।
ବଣମଲ୍ଲୀ ଆଜି କୃତ କୃତ ହୁଏ
ଗଭାର ସଜରେ ପାପକୁ ଖଣ୍ଡି
ବାଦଲର ଗର୍ବ ଖଣ୍ଡିତ ହେଇଛି
ରାଧା କେଶ ରଙ୍ଗେ ହୋଇଛି ମଣ୍ଡି ।
ଅପରୂପ ଶୋଭା ସମ୍ଭାର ଲାଗିଛି
ଜଗତ ଠାକୁର ଝୁରନ୍ତି ରାଧା
ଭଗବାନ ପରା କଲେ ପଦ ସେବା
ଆମେ କି ଛାର ତା ଉପମା ଦେବା !
