STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଅପରିଚିତ

ଅପରିଚିତ

1 min
207


ରଙ୍ଗ ଋତୁ ବଦଳିବା ପରି ଲୋକେ ଏଠି ବଦଳନ୍ତି ନିତି ନିତି

କାଲି ସକାଳକୁ ଅପରିଚିତ ଲାଗନ୍ତି ଆପଣାର ପ୍ରିୟ ଶ୍ରେଷ୍ଠ ସାଥି

ଫଗୁଣର ଫୁଲ ଯେତେ ସବୁ ଶ୍ରାବଣକୁ ଲାଗନ୍ତି ଅଚି଼ହ୍ନା ଅଜଣା

ବିରହ ବେଳାରେ ମନ୍ଦ ମଳୟ ବି ଦିଏ ତତଲା ଝାଞ୍ଜିର ଯନ୍ତ୍ରଣା!!

ଫୁଟିବା ଫୁଲକୁ ଆଉ କି ଭ୍ରମର କରଇ ପୁଣି ସେନେହ ଆଦର

ସେ ତ ଖୋଜୁଥାଏ ଦୂରେ ନୂଆ ଫୁଲକଢ଼ୀର ଠିକଣା ନିରନ୍ତର

ବିଶ୍ବାସ ଅବିଶ୍ଵାସର କଷଟିରେ ତଉଲା ଚାଲିଛି ପ୍ରୀତିର ବେଭାର

କିଏ ବା କାହାକୁ ଏଠି ଦେଇଛି ପ୍ରେମ ନାମେ ପ୍ରତାରଣାର ଜହର??

ରୂପ ମାଧୁରୀ ତନୁ ବଲ୍ଲରୀ ସାମ୍ନାରେ ମନ ପ୍ରାଣ ଅଟଇ ଗୌଣ

ସଭିଏଁ ସାଜନ୍ତି ପ୍ରତାରକ ସରିଗଲା ପରେ ଦେହର ଆକର୍ଷଣ

ଦୁନିଆର ଏହି ତ ଅଲିଖିତ ଅଥଚ ପ୍ରଚଳିତ ରୀତିନୀତି ପ୍ରଥା

ଅଜ୍ଞାନ ପ୍ରେମୀ ଅଜ୍ଞତାରେ ଅକାରଣେ ପିଟୁଥାଏ ତା'ର ମଥା!!

ଅତି ପରିଚିତ ଜନ ଯେବେ ପାଲଟିଯାଏ ଅଜ୍ଞାତ ଅପରିଚିତ

ପ୍ରତାରିତ ଉପେକ୍ଷିତ ବିକ୍ଷିପ୍ତ ପ୍ରାଣ ହୁଏ କ୍ରୋଧେ ଜର୍ଜରିତ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy