STORYMIRROR

Sandhya Rani Panigrahy

Abstract

2  

Sandhya Rani Panigrahy

Abstract

ଅପରିଚିତ ପ୍ରେମ ନାୟିକା ପ୍ରେମିକା

ଅପରିଚିତ ପ୍ରେମ ନାୟିକା ପ୍ରେମିକା

1 min
392

ତୁମେ ପ୍ରେମିକା 

ନିଷିଦ୍ଧ ଇଲାକାର ନାୟିକା

ତୁମେ ଆରମ୍ଭ ଜୀବନର

ତୁମଠାରୁ ମୋ ରଚନା ସୃଷ୍ଟିର

ତୁମେ ସେ ରାଇଜର ଅଧିଷ୍ଠାତ୍ରୀ ଦେବୀ

ତୁମ ନିଆରା ପରିଚୟ ଦୁନିଆରୁ ଭିନ୍ନ ବ୍ୟକ୍ତି

ତୁମକୁ ଦେଖିଲେ ଲାଗେ ଅତି ଆପଣାର

ତୁମେ ଆସ ଯାଅ ସେ ରାସ୍ତାରେ ନିସଃକୋଚରେ

ତୁମ ଯାତାୟତ ନଥାଏ ଗମ୍ଯ ଅନ୍ୟ କାହାରେ

ଦେଖାହୁଏ ପଥରେ ଯିବା ସମୟରେ

ମୁଁ ଚୁପ୍ ରହେ ଅଚିହ୍ନା ପରି ତୁମ ହସରେ

ସେ ହସ ଓ ଓଠ ପରିଚିତ ସବୁ ଏ ଗଳିରେ

କେବଲ ମୁଁ ଜାଣେ ମୋ ପରିଚୟ ତୁମ ସାଥିରେ

ତୁମେ ଭୂଲିଯାଇଛ ଏ ମଧ୍ୟରେ ତୁମ ଠିକଣାକୁ

ମନରେ ଅଛି ସବୁ ସାଇତା ସଦ୍ୟ ଭୂଲିବି କାହାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract