STORYMIRROR

Trushna Das

Abstract Others

4  

Trushna Das

Abstract Others

ଅପରାଜିତା ଫୁଲ

ଅପରାଜିତା ଫୁଲ

1 min
502

ଅପରାଜିତା ଫୁଲ 

ମାଆ ଦୁର୍ଗାଙ୍କର ପ୍ରିୟତମ

ନୀଳ ଓ ଧଳା ଭେଦରେ ଫୁଟୁ ଥିବା ପୁଷ୍ପ 

ଅତ୍ୟନ୍ତ ସୁନ୍ଦର।


ଅପରାଜିତା ଫୁଲ 

ଏହା ଏକ ଲତା ଜାତୀୟ ଉଦ୍ଭିଦ ସଜନା ପତ୍ର ପରି ପତ୍ର ତାର

ଆକାର ଟିକିଏ ବଡ।


ଅପରାଜିତା ଫୁଲ 

ବହୁତ ସୁକୁମାରୀ ସତ

କୋମଳ ପାଖୁଡା ତାର

ସୌନ୍ଦର୍ଯ୍ୟ ର ଭଣ୍ଡାର।


ନୀଳ ଅପରାଜିତା ଫୁଲ 

ତାର କୃଷ୍ଣ ଅପରାଜିତା ନାମ 

ଧଳା ଅପରାଜିତା ଫୁଲ 

ତାର ଶ୍ୱେତ ଅପରାଜିତା ନାମ।


ଅପରାଜିତା ଫୁଲର 

ପୌରାଣିକ ମହାନତା ବହୁତ

ଶିବଙ୍କ ନାମ ନୀଳକଣ୍ଠ 

ଶକ୍ତିଙ୍କ ନାମ ଅପରାଜିତା 

ଅପରାଜିତା ଫୁଲ ଶିବ ଓ ଶିକ୍ତିଙ୍କର ଏକତ୍ର ମିଳନ ସ୍ୱରୂପ। 


ଅପରାଜିତା ଫୁଲର

ଔଷଧୀୟ ଗୁଣ ଅନେକ 

ମଧୁମେହ, କିଡନି ଷ୍ଟୋନ ପରି ରୋଗକୁ ନିୟନ୍ତ୍ରିତ କରଇ।


ଅପରାଜିତା ଫୁଲ 

ଲତା ହୋଇ ଥିଲେ ମଧ୍ୟ

ତାର ସୌନ୍ଦର୍ଯ୍ୟ ଅତୁଳନୀୟ 

ଲାଗଇ ବୃକ୍ଷ ବେଣୀରେ ନୀଳ ଓ ଧଳା ମୁକ୍ତା ଖଞ୍ଜିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract