STORYMIRROR

Dr Simant Kumar Nanda

Inspirational

3  

Dr Simant Kumar Nanda

Inspirational

ଅପରାହ୍ନ ଗୋଲାପ... ଆଜିର

ଅପରାହ୍ନ ଗୋଲାପ... ଆଜିର

1 min
134

ମୁଁ ଗୋଲାପ।

ନୁହେଁ ସବୁ ବେଳେ ପ୍ରେମର ପ୍ରତୀକ 

ନୁହେଁ ପୁଣି ଆକର୍ଷଣ ଇନ୍ଦ୍ରିୟର କାମନାର।

ମୁଁ ସୁନ୍ଦରୀ ମୋ ରଙ୍ଗକୁ ନେଇ ଗର୍ବିତା

ଆକର୍ଷି ଆଣଇ କେତେ କାମାନ୍ଧ ଚକ୍ଷୁ ବେନି ସବୁ

ଲୋଲୁପତା ଦେଖାଇ

କିଏ ଯଦି ମୋତେ ନିଜର କରଇ

ମୁଁ ଦେଖେ ବିଶ୍ଵସ୍ତ କି ନାହିଁ ପରୀକ୍ଷା କରି

ମୋ ସୂକ୍ଷ୍ମ କୋମଳ ଦେହରେ ଲୁଚିଥିବା କଣ୍ଟକତ୍ଵ ଭିତରେ

କେହି ଯଦି ଲୁଣ୍ଠିନିଏ ମୋତେ 

ଝରିପଡେ ଆତ୍ମଦାହ କରି 

 ଅପବିତ୍ରା ମନେ କରି 

ସମ୍ଭୋଗର ଚିଜ ନୁହେଁ ମୁଁ 

ମୁଁ ସୌନ୍ଦର୍ଯ୍ୟର ପ୍ରତୀକ ପ୍ରକୃତିର ଦାନ 

ପ୍ରୀତିଦାୟିନୀ ପ୍ରେମ ପୂଜାରିଣୀ ମନମୋହିନୀ

ସୁଗନ୍ଧି ଚରିତ୍ର ବିଶ୍ୱାସୀ

ପ୍ରତାରଣା ବିରୋଧ ବିଶ୍ୱାସୀ

ହେ ଯୌବନରେ ମଦମତ୍ତ 

ନିଜ ଗୁଣ କର ହେ ପ୍ରକାଶ

ପ୍ରେମ ବନ୍ଧୁତ୍ୱ ଓ ସେବା 

ଯୋଗୁଁ ମଣିଷ ଜୀବନ ହୋଇବ ବିକାଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational