ଅପମାନ
ଅପମାନ
ଅପମାନ କେହି ଜୀବନେ କାହାକୁ
କେବେ ହେଲେ ଦିଅ ନାହିଁ
କହି ହେବ ନାହିଁ ସେହି ଅପମାନ
କେବେ ଭାରି ପଡେ ତହିଁ ।
ଅପମାନ ଶଦ୍ଦ ଏମିତି ଗୋଟିଏ
ସହଜେ ସେ ଭୁଲେ ନାହିଁ
ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ
ଛାତିରେ ସେ ଯାଏ ରହି ।
ଏଇ ଅପମାନ ପାଇଁ କୁରୁକ୍ଷେତ୍ର
ବହି ଥିଲା ରକ୍ତ ନଈ
ସେହି ଅପମାନ ସହି ନ ପାରିଣ
ପ୍ରତିଶୋଧ ନେଇଥାଇ ।
ସେହି ପ୍ରତିଶୋଧ ହୁଏ ଭୟାବହ
ହଜାଏ ଆଖିର ନିଦ
ଶେଷ ପରିଣତି ଖାଲି ଦୁଃଖ ଘୋର
ଘଟାଏ ମହାବିପଦ ।
ବେଳେ ବେଳେ ଅପମାନ ଜୀବନରେ
ଆଶୀର୍ବାଦ ହେଇ ଆସେ
ସେଇ ଅପମାନ ପାଇଁ ପୁଣି କିଏ
ଲକ୍ଷ ପଥ ଛୁଏଁ ଶେଷେ ।
ସହି ନ ପାରିଣ ଅପମାନ କିଏ
ଜୀବନ ବି ହାରି ଦିଏ
ଅପମାନ ଆଦୌ ଭଲ କଥା ନୁହେଁ
ଆଖି ଲୁହ ବହି ଯାଏ ।
ସମ୍ମାନ କାହାକୁ ଦେଇ ନ ପାରିଲେ
ଅପମାନ ଦିଅ ନାହିଁ
ସେହି ଅପମାନ ଏମିତିକା କ୍ଷତ
ତାର ଦାଗ ଲିଭେ ନାହିଁ ।
ସମ୍ମାନ ତ ଦେଲେ ମିଳଇ ସମ୍ମାନ
ଅପମାନ ଦୂର କରେ
କ୍ଷଣିକ ଭିତରେ ସମ୍ପର୍କର ଡୋର
ଛିଣ୍ଡି ତୁଟି ଯାଇ ପାରେ ।
ପରେ ଯେତେ ଭାବ ଲଗେଇଲେ କି ଲାଭ
ନା ହୁଏ ସିଏ ପୂର୍ବପରି
ଭାବି ଚିନ୍ତି ବ୍ୟବହାର କର ମନୁ
ଅପମାନ ଦୂର କରି ।
କାଳ କୂଟ ପରି ଅତି ଭୟାନକ
ଅଟେ ଏଇ ଅପମାନ
ବିଷାକ୍ତ କରଇ ତନୁ ମନ ସବୁ
ନେଇ ଯାଏ ବି ଜୀବନ ।
ଅପମାନ ଥରେ ଯିଏ ପାଇଥାଏ
ଭୁଲେ ନାହିଁ ଜୀବନରେ
ସମ୍ପର୍କର ଡୋର ଛିଣ୍ଡି ଯାଇଥାଏ
ପାଦ ରହେ ବହୁ ଦୂରେ ।
ଆଖିର ଆଗରେ ଆସିଗଲେ ସିଏ
ସେଇ ଦୃଶ୍ୟ ଭାସିଯାଏ
ସେଇ ଅପମାନ ପ୍ରତିଧ୍ବନି ହୁଏ
କର୍ଣ୍ଣେ ତାର ବାଜି ଯାଏ ।
ଦୁଃଖ ସୁଖ ଅଛି ପ୍ରତି ଜୀବନରେ
କଷ୍ଟ ଦିଅନି କାହାକୁ
କଷ୍ଟ ଅପମାନ ଭୁଲି ହୁଏ ନାହିଁ
କ୍ଷତ କରେ ହୃଦୟକୁ ।
ସେଇ ହୃଦୟରେ ଆଘାତ ଆସିଲେ
ଲୁହରେ ଭିଜେ ନୟନ
ଜାଳି ଦିଏ ଜୀବନର ସୁଖ ଶାନ୍ତି
ଏମିତିକା ଅପମାନ ।
ଅପମାନ କେବେ ଜୀବନେ କାହାକୁ
କେବେ କେହି ଦିଅ ନାହିଁ
ସେନେହ ସମ୍ପର୍କ ବାନ୍ଧି ରହି ଥାଅ
ହସୁ ଥିବ ଏଇ ମହୀ ।
