STORYMIRROR

pratap nayak

Abstract

2  

pratap nayak

Abstract

ଅଫୁଟା ସମ୍ପର୍କ ----------------

ଅଫୁଟା ସମ୍ପର୍କ ----------------

1 min
261

ଖାଇବାର ବେଳ ନିଜର ଗଡେଇ 

ଗୋଟୋଉଥିବା ଖୋଇଦେବାରେ ଆନନ୍ଦ 

ଲୁଚେ ଯାଇ ମୁହଁ ପୋଛା ବୋଉର କାନିରେ

ଅଦିନ ମେଘରୁ ଘୋଡି ହୋଇ କାନିତଳେ

ଲୁଚି ନଲୁଚୁଥିବା ଶରୀର

ଲୁହ ସିଂଗାଣୀର ଚନ୍ଦନ ପ୍ରଲେପ

ନିଝୁମ ରାତିର ଖରାବେଳ

ଗୋଡ ସନ୍ଧିରୁ ଉଷୁମ ଟାଣୁଥିବା 

କନ୍ଥା ଘୋଡା ସେହି ଅଭୁଲା ଚିହ୍ନ

ଇତିହାସ ପୃଷ୍ଟାରୁ ଲିଭିଥିବା

ଡିବିରୀ ଆଖିର ଲୁହ

ଏବେବି ଝରେ 

ତୁମର ସେ ପ୍ରାସାଦ ଭିତରେ 

ଠେସା ହେଇ ପଡିଥିବା ଘର କଣ

ଉଣ୍ଡାଳେ ଚିହ୍ନ ପେଟର ...ପାଟିର

ଜଠଥରା ଧୁଡୁକା ଚମ

ନେଞ୍ଜରାଲଗା ଆଖି ଖୋଜେ 

ଥରା ହାତର ସେହି ମଇଳା କାନି

କାନ ଡେରେ ଫେରିଲାଣି କି ନା

ତାର ସେହି ଅଫୁଟା ସମ୍ପର୍କ

ଅଫୁଟା ସମ୍ପର୍କ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract