STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଅଫୁଟା ଫୁଲ

ଅଫୁଟା ଫୁଲ

1 min
209


ଛୋଟର ମହତ୍ୱ ଅଟେ ପରା ଭିନ୍ନ

   ବଡ଼ର ମହତ୍ୱ ଭିନ୍ନ

ଛୋଟ ପାଇଁ ଆମ ଅଧିକ କର୍ତ୍ତବ୍ୟ

  ଛୋଟ ଅଟେ ମୂଲ୍ୟବାନ।

କେତେ ଆଶା କେତେ ସ୍ବପ୍ନ ଅଟ୍ଟାଳିକା

  ଛୋଟ ହୃଦୟ ଭିତରେ

ଅଫୁଟା ଫୁଲଟି ଫୁଟି ପାରେ ସିନା

  ଫୁଲ କିବା ଫୁଟି ପାରେ।

ଫୁଟିବ ଫୁଟିବ କେତେ ସ୍ବପ୍ନ ତାର

  ଏ ଯାଏଁ ଦେଖିନି ଧରା

ଚାହିଁ ସେ ବସିଛି ଆଦିତ୍ୟ କିରଣ

   ଖୋଲିବ ପାଖୁଡ଼ା ପରା ।

ସୁଯୋଗରୁ ତାକୁ ନ କର ବଞ୍ଚିତ

  ଦିଅ ତାକୁ ଫୁଟିବାକୁ

ସବୁ ଆଶା ତାର ହୋଇବ ପୂରଣ

  ନ ଦିଅ ମଉଳି ବାକୁ।

ଦର ଫୁଟା ଫୁଲ ପ୍ରସ୍ଫୁଟିତ ଫୁଲ 

 ମିଶିଲେ ଦୁନିଆଁ ହୁଏ

ପ୍ରସ୍ଫୁତିତ ଫୁଲ ଆୟୁ ସରିଯାଏ

  ବୃନ୍ତରୁ ସେ ଝରିଯାଏ।

ଅଫୁଟା ଫୁଲର ଲମ୍ବା ଏ ଜୀବନ

   ସିଏ ଆମ ଭବିଷ୍ୟତ

ବିନା ବାଧା ବିଘ୍ନେ ଦିଅ ବଞ୍ଚିବାକୁ

ଲଂଘୁ ସେ ସବୁ ବିପଦ।

କୋମଳ ଚପଳ ଯେତେକ ସନ୍ତାନ

  ଦର ଫୁଟା ଫୁଲ ସମ

ନିଷ୍କ ଣ୍ଟକ ହେଉ ସବୁ ପଥ ତାଙ୍କ

   ଚଲାପଥରେ କୁସୁମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational