STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଅଫେରା ଜୀବନ ଦାସ

ଅଫେରା ଜୀବନ ଦାସ

1 min
211

ଗାଁ ତୁଠ ପଥର ଟl ଏବେ କଙ୍କ୍ରିଟ୍ ହୋଇ ଗଲାଣି

ଢେଙ୍କି କୁଟା ଚାଉଳ ର ଭାତ ଆଉ ଜମା ମିଳୁନି

ସେଥିପାଇଁ ଜୀବନ ଦାସ

ଆଉ ଗାଁ କୁ ଫେରୁନି

ଜଳେ ନାହିଁ ସଞ୍ଜ ବତୀ ପଡୁ ନାହିଁ ଚିତା ଝୋଟି

ଗାଆଁ ବୋହୂ ହାଇ ହିଲ୍ ପିନ୍ଧି ରୋଷେଇ କଲେଣି

ସେଥିପାଇଁ ଜୀବନ ଦାସ

ହେଉନାହିଁ ଗ୍ରାମ ସଭା, ପୁଅ ଝିଅ ପ୍ରେମେ ବିଭା

ଭାଗବତ ଟୁଙ୍ଗୀ ଟା ଏବେ କ୍ଲବ୍ ହୋଇଗଲାଣି

ସେଇଥିପାଇଁ ଜୀବନ ଦାସ

କାରଖାନା ଧୂଳି ଧୂଆଁ ଦେଲା ରୋଗ ନୂଆ ନୂଆ

ଡାକ୍ତର ବଇଦ ଦିନ ରାତି ରୋଗ ଚିହ୍ନି ପାରୁନି

ସେଥିପାଇଁ ଜୀବନ ଦାସ

ଘରେ ଘରେ ରାଜନୀତି, କଥା ପଦକେ ମାରପିଟ୍

ସହରୀ ଭୂତ ଆସି ଗାଆଁ କୁ ପୂରା କବଜା କଲାଣି

ସେଥିପାଇଁ ଜୀବନ ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract