STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ଅପେରା ରାଇଜ

ଅପେରା ରାଇଜ

1 min
318

ଅଫେରା ରାଇଜ ନାମ ତା'ର ମୃତ୍ୟୁ

  ଗଲା ଯେ ନ ଫେରେ ଆଉ

ରାଜା ପ୍ରଜା ସେଠି ସଭିଏଁ ସମାନ

  ନ ଚଳେ କାହାର ଭାଉ


ଯେ ଯାଇଛି ଥରେ ଆଉ କି ବାହୁଡେ

   ନ ମିଳେ ତାହାର ଦେଖା

ପତ୍ନୀ ପୁତ୍ର କନ୍ୟା ବନ୍ଧୁ ପରିଜନ

  ଅବା ହ୍ୱନ୍ତି ପ୍ରୀୟା ସଖା


ଦଶାହ ପର୍ଯ୍ୟନ୍ତ କାନ୍ଦି ବାହୁନିବେ

  ଭଲ ମନ୍ଦ ଗୁଣ ତୋର

ଧିରେ ଧିରେ ମନୁ ବିସ୍ମୃତ ହୋଇବ

  ସ୍ମୃତି ତୋ ଗତଦିନର


ଅଚଳ ନୋହିବେ କେ‌ହି କାହା ବିନା

  ବାଛିନେବେ ଯେଝା ବାଟ

ଅର୍ଜିଥିବୁ ଯାହା ହେବ ଆଉ କା'ର

  କରିନେବେ ଭାଗ ବାଣ୍ଟ


କଲା କର୍ମ ତୋର ବିଚାର କାଳରେ

 ନୋହିବେ କେହି ଯେ ସାହା

କୃତକର୍ମ ଫଳ ଭୋଗିବୁ ଏକାକୀ

  ନ ଶୁଭିବ କା'ର ଆହା


 ମାୟା ମୋହ ଠାରୁ ତୁଟାଇ ଭରସା

  ହରି ନାମ ଜପ ତେଣୁ

ଏ କଳିକାଳରେ ହରି ନାମ ଏକା

  ମୋକ୍ଷ ଦେଇ ପାରେ ଯେଣୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract