STORYMIRROR

subrat kumar jena

Abstract

3  

subrat kumar jena

Abstract

ଅପେକ୍ଷାର ଅନୁଭୂତି

ଅପେକ୍ଷାର ଅନୁଭୂତି

1 min
201

ଅପେକ୍ଷାର ଅନୁଭୂତି,

ମାସ ମାସ ଧରି ତାପିତ ମାଟି ଜଳେ,

ଅପେକ୍ଷାରେ ଅପେକ୍ଷା ରେ,

ନୂଆ କରି ଆସିବ ବୋଲି ବରଷା ରାଣୀ,

ବରଷା ଆସେ ଚିରାଚରିତ ଢଙ୍ଗରେ,

ବର୍ଷିଯାଏ ମନ ଭରି,

ନିଜେ ଶାନ୍ତି ପାଇଯାଏ ହୃଦୟକୁ ଖାଲି କରି,

ତାପିତ ମାଟିକୁ ଶାନ୍ତ କରେ ଥଣ୍ଡା କରି ,

ମହକ ଖେଳାଏ ନୂଆ ଶସ୍ୟକୁ ଗର୍ଭରେ ଧରିବାକୁ ।

ଫୁଲ ଫୁଟେ ଚହଟେ,

କେବେ କେବେ ଜାଗା ନିଏ ପ୍ରତିମା ଉପରେ,

କେବେ ପୁଣି ଝଡ଼ିଯାଏ ନିକାଂଚନ ବନେ,

ବିରହି ରାଧାର ଯନ୍ତ୍ରଣା ପରି,

ତଥାପି ସୌଭାଗ୍ୟ ମଣେ ନିଜ ପାଇଁ,

କାହା ନା କାହାପାଇଁ ହେଉ ପଛେ ,

ଜାଗାଟିଏ ପ୍ରସ୍ତୁତ କରେ ନିକାଂଚନେ ଥାଇବି ,

ରାଧା ତୃପ୍ତି ହୁଏ,

ଯମୁନା କୂଳରେ କାହ୍ନାର ବଇଁଶୀ ଅଧିର ହେଲେ,

ଅପେକ୍ଷାର ବନ୍ଧ ଭାଙ୍ଗେ କାହ୍ନା ପ୍ରେମରେ,

ତେଣିକି ଯେତେ ଲୋକ ଲଜ୍ଜ୍ୟା ହେଉ ପଛେ,

ଉଦେଶ୍ୟ ତ ରଖିବାକୁ ଶାଶ୍ୱତ ପ୍ରେମର ନିଦର୍ଶନ ଯୁଗ ଯୁଗକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract