Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଦୀପକ କୁମାର ପାତ୍ର

Romance

3  

ଦୀପକ କୁମାର ପାତ୍ର

Romance

ଅପେକ୍ଷା

ଅପେକ୍ଷା

1 min
205


ଦିନରୁ ଆସି ମଧ୍ୟାହ୍ନ ହେଲାଣି 

ସକାଳ ଆସି ସଞ୍ଜ ହେଲାଣି 

ମୁଣ୍ଡ ଉପରକୁ ସୂର୍ଯ୍ୟ ଆସି 

ପାହାଡ଼ କଣକୁ ଲୁଚିଗଲାଣି

ମୋ ପ୍ରିୟତମଙ୍କ ଆସିବା ଅପେକ୍ଷାରେ ।

ତାଙ୍କ ଅପେକ୍ଷାରେ ମନ ଅଧିର ହେଲାଣି 

ଚାହିଁ ଚାହିଁ ଆଖି ନୟାନ୍ତ ହେଲାଣି 

ଆଶଙ୍କା ରେ ମନ ଗୋଳେଇ ଘାଣ୍ଟି ହଉଛି 

ହୃଦୟ ସ୍ପନ୍ଦନ ବଢି ବଢି ଚାଲିଛି

କେତେବେଳେ ମୋ ପ୍ରିୟତମ ଆସିବେ ।

ସମୟକୁ ସମୟ ଯେତେ ଗଡି ଗଡ଼ିଚାଲିଛି

ଓଠ କ୍ରମେ ଶୁଖି ଆସୁଛି

ମନ ମଧ୍ୟରେ ଭୟ ଆଶଙ୍କାର ଯୁଦ୍ଧ ଚାଲିଛି

ମୋ ପ୍ରିୟତମ ଆସିବା ଅପେକ୍ଷାରେ ।

            


Rate this content
Log in

Similar oriya poem from Romance