ଅପେକ୍ଷା
ଅପେକ୍ଷା
ଗୋପନେ ଯତନେ ରଖିଛି ସାଇତି
ଆମ ଗୋପନୀୟ ସ୍ମୃତି,
ଅଲିଭା ଅଭୁଲା ଅକ୍ଷତ କାହାଣୀ
ଜାଣିଛ କି ନାହିଁ ସାଥି।
ବିରହ ମିଳନ ବିଛେଦ ଯାତନା
ତଥାପି ଲାଗଇ ଭଲ,
ମାନ ଅଭିମାନ କେତେ ସୁଖେ ଭରା
ଦିଶୁଥାଏ ଜଳଜଳ।
ମୋର ଏ ସୈକତ ଉପରେ ଲେଖିଛି
କେତୋଟି ଅଭୁଲା ଶବ୍ଦ,
ଭଲ ଲାଗିଲେ ଆପଣେଇ ନେବ
ନ ହେଲେ ବି
ଚିରିଦେବ ଭାବି
ଗୋଟିଏ ପୁରୁଣା ଫର୍ଦ୍ଦ।
କରିଥିଲି,କରିଥିବି,
ଏବେବି କରିଛି
ଅପେକ୍ଷା
ଯୁଗଯୁଗ।

