STORYMIRROR

pranati Mahapatra

Romance

2  

pranati Mahapatra

Romance

ଅପେକ୍ଷା

ଅପେକ୍ଷା

1 min
134

ଗୋପନେ ଯତନେ ରଖିଛି ସାଇତି 

ଆମ ଗୋପନୀୟ ସ୍ମୃତି,

ଅଲିଭା ଅଭୁଲା ଅକ୍ଷତ କାହାଣୀ

ଜାଣିଛ କି ନାହିଁ ସାଥି।

ବିରହ ମିଳନ ବିଛେଦ ଯାତନା

ତଥାପି ଲାଗଇ ଭଲ,

ମାନ ଅଭିମାନ କେତେ ସୁଖେ ଭରା

ଦିଶୁଥାଏ ଜଳଜଳ।

ମୋର ଏ ସୈକତ ଉପରେ ଲେଖିଛି

କେତୋଟି ଅଭୁଲା ଶବ୍ଦ,

ଭଲ ଲାଗିଲେ ଆପଣେଇ ନେବ

ନ ହେଲେ ବି 

ଚିରିଦେବ ଭାବି

ଗୋଟିଏ ପୁରୁଣା ଫର୍ଦ୍ଦ।


କରିଥିଲି,କରିଥିବି,

ଏବେବି କରିଛି 

ଅପେକ୍ଷା

ଯୁଗଯୁଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance