STORYMIRROR

Kalpana Kumari Pradhan

Comedy Children

4  

Kalpana Kumari Pradhan

Comedy Children

ଅପେକ୍ଷା

ଅପେକ୍ଷା

1 min
328

ହେଇ ଆସିଲେଣି ହେଇ ଆସିଲେଣି

    ଶୁଣି ଶୁଣି ଗଡ଼ିଲାଣି ବେଳ,

ବାଟରେ ଅଛନ୍ତି ଗାଡ଼ି ଗଡ଼ିଲାଣି

     କହି କହି ବହେ ଝାଳ।


ଅତିଥି ଆସିବେ ଥାଳିକୁ ସଜାଡି

   ଦୁବ, ବରକୋଳି ପତ୍ର ସାଥେ,

ଫୁଲତୋଡ଼ା ସଙ୍ଗେ ଚନ୍ଦନ ଘୋରିଣ

   ପୂର୍ଣ୍ଣକୁମ୍ଭ ବାଢି ଦ୍ୱାର ପଥେ।


ପିଲାଏ ନାଚନ୍ତି ଭଳି ଭଳି ବେଶେ

   ରଙ୍ଗ ବେରଙ୍ଗ ବେଶ ଧରି,

ସମୟ ଗଡିଲା ଅତିଥି ଦର୍ଶନ

  ମନେ ମନେ ଯାଏ ମରି।


ମନର ଆଶା ମନରେ ମଲାଣି

  ଭୋକରେ ଉଦର ଗଲାଣି ଶୁଖି,

ଆହୁରି କୁହନ୍ତି ଧୈର୍ଯ୍ୟଟାକୁ ରଖ

   ମୁଖରେ ମିଛ ହସଟିଏ ରଖି।


ସଜ ଫୁଟା ଫୁଲତୋଡ଼ା କହେ

  ଆଉ ମୁଁ ପାରୁନି ସହି,

ଅତିଥି କରରେ ଶୋଭା ପାଇବାକୁ

   ସୌନ୍ଦର୍ଯ୍ୟକୁ ପାରୁନି ବହି।


ଆଗ୍ରହ ଆମରି ଅପେକ୍ଷାରେ ମରେ

  ଆସିବା ବାଟକୁ ଚାହିଁ ଚାହିଁ,

କାହାରି ମୁଖରେ ହସଟିଏ ନାହିଁ

   ହତାଶିଆ ମନ ଶୂନ୍ୟ ଆକାଶକୁ ଚାହିଁ।


ଅପେକ୍ଷାର ଅନ୍ତ କେବେ ଘଟିବ

  ଚିନ୍ତାରେ ବ୍ୟଥିତ ମନ ପ୍ରାଣ

ଦିବ୍ୟମୁଖ ଦର୍ଶନ ଲଭିକି

   ଲଭିବୁ କି ଆମ୍ଭେ ସଙ୍କଟୁ ପରିତ୍ରାଣ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy