STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

ଅପେକ୍ଷା

ଅପେକ୍ଷା

1 min
3.0K

ବସନ୍ତ ମଳୟ ଫିକା ଫିକା ଲାଗେ

ବେସୁରା କୋଇଲି ଗୀତ

ଆଶାର ପ୍ରଦୀପ ଲିଭି ଲିଭି ଯାଏ

ଦୂର ହେବା ପରେ ମିତ,

ଲାଗୁଛି ସତେ କି ଅସୁମାରି ସ୍ୱପ୍ନ

ବୁକୁ ତଳେ ଚାପି ରଖିଛି

ଉଦାସିତ ମନ ଝାଉଁଳା ବଦନ

ଆଖିରେ ଲୁହକୁ ଭରିଛି,

କେମିତି କାଟିବ ଏକାକୀ ଜୀବନ  

ହୃଦୟଟା ଲହୁ ରଞ୍ଜିତ.... 

ଚୁନାଚୁନା ଫୁଲ ଆଞ୍ଜୁଳିରେ ଭରି

ମଥା ନଇଁ ଚାଲେ ଧିରେ

ଚଉଁରା ମୂଳରେ ସଂଞ୍ଜ ଦୀପଟିଏ

ଜାଳେ କାହା ଅପେକ୍ଷାରେ,

କିଏ ସେ ତରୁଣ ଯାତନା ପ୍ରେରିଲା

କରି ତାକୁ ନିଷ୍ପେସିତ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract