STORYMIRROR

Snigdha Nayak

Abstract Others

3  

Snigdha Nayak

Abstract Others

ଅପେକ୍ଷା ର ଅନ୍ତ

ଅପେକ୍ଷା ର ଅନ୍ତ

1 min
317

ଆଉ କେତେଦିନ କୂଳେ ବସି

ମାପୁଥିବ ସାଗରର ଗଭୀରତାକୁ

ମଗ୍ନ ହୋଇ ଚାହିଁଥିବ ସାଗରର ସାନ୍ନିଧ୍ୟକୁ

କୂଳଲଙ୍ଘି ଆସ ତ ଥରେ ଜଳରାଶିକୁ

ଜଣା ତ ତୁମକୁ ତତ୍ପର ସେ ବି ମିଶିବାକୁ.....।।


କୂଳେବସି ଶ୍ଵାସରେ କରୁଛ ଆବାହନ

ତା'ଜୁଆରେ ଭିଜାଅ ବାରମ୍ବାର ତନ ମନ

କ୍ଷଣିକ କ ସ୍ପର୍ଶରେ କାହିଁ ସେ ଆମୋଦ

କୂଳ ଲଙ୍ଘି ହୁଅ ତ ଜଳସ୍ରୋତ

ହୋଇ ଏକାକାର ବୋହି ଗୋଟାଏ ଧାରେ

ହୋଇଯିବା ଚିରଦିନିଆ ସ୍ରୋତ..........।।


କେତେ ଦିନ ନିବୁଜ ପଲକରେ

ଅନେଇଥିବ ଜହ୍ନଭିଜା ରାତିକୁ

ତା'ଶୀତଳତାକୁ ଅନୁଭବି

ଶୀତଳ କରାଉଥିବ ନିଜ ଉଷ୍ମତାକୁ

ଆସ ତ ଥରେ ଜହ୍ନର ବଳୟକୁ

ଭିଜା ଭିଜା ଜହ୍ନ ବି ତତ୍ପର ତୁମ ଉଷ୍ମତାକୁ........।।


ଦେଖାହଣାକାରୀ ହେବାରେ କାହିଁ ସେ ଆମୋଦ

ଏକାକାର ହୋଇ ମହଲ୍ଲାର ଗାଇବାରେ ଯୋଉ ପ୍ରମୋଦ

ଅସୀମ ଆମ ପଥ ଆଉ ସ୍ବପ୍ନ ଅସୁମାରୀ

କେତେଦିନ ଏମିତି ବହିବା ମନକୁ ମାରି

ହୁଅ ନାହିଁ ଦୀପ କି ଦୀପଶିଖା

ଆଙ୍କିବା ମିଶି ଦୁହେଁ ନିବୁଜ ପଲକର ଚିତ୍ରରେଖା....।।


କର ଆଲିଙ୍ଗୀନ ହେଉ ଅପେକ୍ଷାର ଅନ୍ତ

ଚିରକାଳ ପାଇଁ ନିଅ ନିଜ ସାନିଧ୍ୟରେ

ସମାପ୍ତି ହେଉ ଅପେକ୍ଷା ବସନ୍ତର......।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract