STORYMIRROR

Bidutprabha Mishra

Inspirational Others

4  

Bidutprabha Mishra

Inspirational Others

ଅପାତ୍ରରେ ଦାନ

ଅପାତ୍ରରେ ଦାନ

1 min
213


ଅପାତ୍ରରେ ଦାନ ହୁଏ ଅକାରଣ

ମିଳେନାହିଁ କିଛି ଫଳ,

ଯୋଗ୍ୟ ପାତ୍ରରେ ଦାନ କରିଥିଲେ

ହୁଏ ସଭିଙ୍କ ମଙ୍ଗଳ l

ଅପାତ୍ର ଲୋକଟି ବୁଝେନାହିଁ ମୂଲ୍ୟ

କାମରେ ଲଗାଏ ନାହିଁ,

ଦାନ ବସ୍ତୁ ଟିକୁ ହତାଦର କରି

ନଷ୍ଟ ସିଏ କରିଥାଇ l

ଯୋଗ୍ୟ ବ୍ୟକ୍ତିଟିଏ ଦାନ ପାଇଥିଲେ

ସତକର୍ମରେ ଲଗାଏ,

ଉନ୍ନତି ପଥରେ ଆଗେଇ ଯିବାକୁ 

ପ୍ରେରଣା ଟିକିଏ ପାଏ l

ବୁଦ୍ଧିହୀନ ଜନେ  ସମ୍ମାନ ପ୍ରଦାନେ 

ଗର୍ବ ଅହଂକାର ବଢ଼େ,

ଅନ୍ୟମାନଙ୍କୁ ସେ ହତାଦର କରି

ସମସ୍ୟା ଅନେକ ଗଢେ l

ଦାନ କରିବାକୁ ଇଚ୍ଛାଥାଏ ଯଦି 

ଅଭାବୀରେ ଦାନ କର,

ତେଲିଆ ମୁଣ୍ଡରେ ତେଲ ଢାଳିଦେଲେ

ଲାଭ କିଛି ନାହିଁ ତା'ର l

ତେଣୁରେ ମାନବ ସ୍ନେହଶ୍ରଦ୍ଧା ଅବା

ଧନ ରତନ ସମ୍ପତ୍ତି,

ସୁଯୋଗ୍ୟ ବ୍ୟକ୍ତିଙ୍କୁ ଦାନ କର ସଦା

ମୂଲ୍ୟବାନ ଏହା ଚିନ୍ତି ll



Rate this content
Log in

Similar oriya poem from Inspirational