Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ଅପାସୋରା ଅନୁବନ୍ଧ

ଅପାସୋରା ଅନୁବନ୍ଧ

1 min
25


ଭ୍ରାତା ଭଗିନୀଙ୍କ ଏକ ନିଆରା ସମ୍ବନ୍ଧ,

ଯାହା ସଦା ଏକ ଅପାସୋରା ଅନୁବନ୍ଧ,

ଏ ନିଃସ୍ୱାର୍ଥପର ସ୍ନେହର ନାହିଁ ପ୍ରତିବନ୍ଧ,

ରକ୍ଷାବନ୍ଧନ ପର୍ବ ଜଣାଏ ଯାହାର ସୁଗନ୍ଧ ।୧।


ମାଁ ସୁଭଦ୍ରା ହେଲେ ଜାଗା ବଳିଆଙ୍କର ସହୋଦରୀ,

ସନ୍ତୋଷୀ ମାଁ ହେଲେ ଶୁଭ ଲାଭଙ୍କର ସହୋଦରୀ,

ଭଉଣୀ ସତତ ହେଲେ ଗୃହର ସୁଖ ଶାନ୍ତିର ପ୍ରହରୀ,

ପ୍ରତ୍ୟେକ ଘରେ ଅନନ୍ୟ ସୁନ୍ଦରତା ଆଣେ କିଶୋରୀ ।୨।


ଭାଇ ଭଉଣୀଙ୍କ ଅଦ୍ଵିତୀୟ ଅନୁରାଗ ଦର୍ଶାଏ ରକ୍ଷା ବନ୍ଧନ,

ଭାଇ ହାତରେ ରାକ୍ଷୀ ବନ୍ଧିକି ଉଜ୍ଜ୍ୱଳ ଭବିଷ୍ୟତର ଜ୍ଞାପନ,

ଭାଇମାନେ ପଣ ନିଅନ୍ତି କରିବାକୁ ଭଉଣୀଙ୍କ ସୁରକ୍ଷା ସମ୍ମାନ,

ବର୍ଷ ପରେ ବର୍ଷ ପ୍ରତି ଶ୍ରାବଣ ପୂର୍ଣ୍ଣିମା ଦିନେ କରାଯାଉ ପାଳନ ।୩।


Rate this content
Log in

Similar oriya poem from Abstract