STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ଅପାଶୋରା ଇତିହାସ ମହାନ ମୋ ଭାରତ

ଅପାଶୋରା ଇତିହାସ ମହାନ ମୋ ଭାରତ

1 min
349


ଅତୀତ ଗାରିମା କଥା   ଦେଶ ଇତିହାସ ଗାଥା

    କିଭାବେ ବର୍ଣ୍ଣିବି ତାର ମହନୀୟତା 

ଭିନ୍ନତା ମଧ୍ୟ ଏକତା     ଭାତୃତ୍ୱ ମାନବିକତା

    ଆଦର୍ଶ ଆମରି ଦେଶ ଭାରତ ମାତା

ମହାନ ମୋ ଦେଶ ଭାରତ

     ତାହାରି ସନ୍ତାନ ହୋଇ ଆମ୍ଭେ ଗର୍ବିତ l


ଥିଲେ ରାଜା ମହାରାଜା   ପ୍ରାଣ ତାଙ୍କ ସେବା ପ୍ରଜା

     ରାଜା ରାଜ୍ୟ ପାଇଁ ପ୍ରଜା ଉତ୍ସର୍ଗେ ପ୍ରାଣ

ଚନ୍ଦ୍ରଗୁପ୍ତ, ପୃଥ୍ୱୀରାଜ   ଖାରବେଳ   ରାଜ ରାଜ

      ଚୋଡ଼ ଗଙ୍ଗ ଦେଵ ରାଜା ହର୍ଷବର୍ଦ୍ଧନ

ଅଶୋକ, ଶିବାଜୀ, ଯଯାତି

       ଇତିହାସେ କଲେ ନାମ ପ୍ରକାଶି କୃତି l


ରାଜ୍ୟ ଜୟ, କାରୁ କଳା  ସ୍ଥାପତ୍ୟ ଯେ ଚାରୁକଳା

      ସାହିତ୍ୟ ସଂସ୍କୃତି ଧର୍ମ ବାଣିଜ୍ୟ ଚାଷ

ଭାରତୀୟ ପରମ୍ପରା    ସର୍ବୋଚ୍ଚ ଜୀବନ ଧାରା

     ଆକୃଷ୍ଟେ ବିଦେଶୀ ରାଜା ଲୁଣ୍ଠନେ ଦେଶ

ଐତିହ୍ୟ ଏକତା ମନ୍ତ୍ରରେ

      ଭାରତୀୟ ବୋଲି ସର୍ବେ ଗର୍ବ କରୁରେ l


ବାଣଭଟ୍ଟ, କାଳିଦାସ  ଚାଣକ୍ୟ, ତୁଳସୀ ଦାସ

    ମହାବୀର, ବୁଦ୍ଧ କେତେ ଆଦର୍ଶ ବ୍ୟକ୍ତି

ଚୈତନ୍ୟ, ନାନକ ସନ୍ଥ   ଗୁଣୀ ପଠାଣି ସାମନ୍ତ

    ସୁକର୍ମେ ପ୍ରସାରେ ଦେଶ ଦର୍ଶନ ଭକ୍ତି

କବି, ଯନ୍ତ୍ରୀ , ଜ୍ଞାନୀ, ବିଜ୍ଞାନୀ

     କଲେ ଦେଶକୁ ଆମର ବିଶ୍ୱେ ଅଗ୍ରଣୀ l


ମନ୍ଦିର, ଦୁର୍ଗ, ପର୍ବତ  ନଦୀ ନାଳ ଚାଷ କ୍ଷେତ

     ରାସ୍ତା, ଶିଳ୍ପ କେତେ ଆଜି ପରିବର୍ତ୍ତନ

ସ୍ୱାଧୀନ ପରେ ଭାରତ  ହେଉଅଛି  ବିକଶିତ

     ନେତୃତ୍ୱ ନେଉଛି ବିଶ୍ୱେ ପାଇ ସମ୍ମାନ

ଅପାଶୋରା ଆମ ଅତୀତ

     କୃତଜ୍ଞତା କରୁ ସର୍ବେ ଜୟ ଭାରତ l



Rate this content
Log in

Similar oriya poem from Classics