STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅନ୍ୟର ଖୁସିରେ ମୋ ଖୁସି

ଅନ୍ୟର ଖୁସିରେ ମୋ ଖୁସି

1 min
241


ପ୍ରତ୍ଯେକ ଆତ୍ମାରେ

ପରମାତ୍ମାଙ୍କ ଉପନିବେଶ

ଅନ୍ଯର ଆତ୍ମା ର ଖୁସିରେ

ହିଁ ନିଜକୁ ସନ୍ତୁଷ୍ଟି ମିଳେ

ଅନ୍ଯର ଆତ୍ମାର ଖୁସିର

ଝଙ୍କାର ନିଜ ମଧ୍ୟରେ

ପ୍ରତିବିମ୍ବିତ ହୁଏ

ଅନ୍ୟର ଖୁସିରେ ହିଁ

ମୋ ଖୁସି ଦର୍ପଣର

ଫଳକରେ ଝଲସି ଉଠେ

ପରିତୃପ୍ତିର ମାର୍ଜିତ

ପଥ ପ୍ରଦର୍ଶିତ ହୁଏ

ଶାନ୍ତିର ପାଲଙ୍କିରେ

ଖୁସି ଥୁରି ଥିରି ଦୋହଲି

ଦୋହଲି ମୋ ମୁଖମଣ୍ତଳରେ

ମୋ ଖୁସିର ପରଦା

ଉଙ୍କି ମାରିବାରେ

ସହାୟକ ହୁଏ

ଆତ୍ମା ସହ ସଂମ୍ପର୍କକୁ

ଅନୁଭବିତ କରାଏ

ସ୍ମତି ଅନୁଭୂତିର ସମ୍ମିଶ୍ରଣ

ମୋତେ ଅନ୍ଯର ଖୁସିରେ

ଖୁସି ବାଣ୍ଟି ବାରେ

ସହାୟକ ପରିବର୍ଦ୍ଧକ

ଖୁସିର ଉଜାଣିର ତାଳେ

ତାଳେ ମନ ଦୋହଲି

ଦୋହଲି ଈଶ୍ବରଙ୍କ

ସାନ୍ନିଧ୍ୟ ପ୍ରାପ୍ତିର

ସହାୟକ ସାଜେ

ଆତ୍ମ ପରିତୃପ୍ତିର

ସଂଜୀବନୀ ର

ଶିଥିଳ ପରିଭାଷା

ମୁଖ ମଣ୍ତଳରେ

ଖେଳିଉଠେ

ଅନ୍ଯର ଖୁସି ରେ

ମୋତେ ଅଗାଧ

ଅମାପ ଖୁସି ମିଳେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational