STORYMIRROR

Chittaranjan Nanda

Abstract Action Inspirational

4  

Chittaranjan Nanda

Abstract Action Inspirational

ଅନ୍ୟର ଭାବନା ଜାଣି ଶିଖିବା କିଛି

ଅନ୍ୟର ଭାବନା ଜାଣି ଶିଖିବା କିଛି

1 min
367


ଆହେ ସାହିତ୍ୟିକ କୁଳ ବନ୍ଧୁ, ଜାଣିଛେ 

ଶବ୍ଦ ମାଳ ଅଟେ ମହା ସମୁଦ୍ର

ଆଲୋଚନା ପର୍ଯ୍ୟାଲୋଚନା ଜ୍ଞାନ ପାଇଁ 

ସଦା ନିହାତି ଦରକାର l


ସାହିତ୍ୟ ସୃଷ୍ଟିକୁ ପଢି କରିଲେ ଆମେ 

ସମସ୍ତେ ମନ୍ଥନ

ଅନ୍ୟର ଭାବନାକୁ ଜାଣି ଶିଖିବା କିଛି

ବଢ଼ାଇବା ଆମ ଜ୍ଞାନ l


ଜ୍ଞାନ ମନ୍ଥନେ ଜ୍ଞାନ କମେନି କେବେ,

ମିଳେ ଅମୃତ ଭାବନା

ଅନ୍ୟକୁ ଦେଲେ ଆଦର, ନିଜର ବଢଇ 

ସୃଷ୍ଟି କରିବାର କାମନା l


ଆମେ ଯାହା ପ୍ରତିଶୃତି ଦେବା, ତାହା 

କେବେ ଭାଂଗିବା ନାହିଁ

ନୀତି ହେଉ, ବାଧାବିଘ୍ନ ସତ୍ତ୍ୱେ, ତାହା 

କେବେ ଛାଡିବା ନାହିଁ l


ଭରି ଦେବା ଆମେ ସ୍ନେହ, ପ୍ରେମ ,ଦୟା,

ରେ ଭାତୃତ୍ବ ରଜୁରେ,

ଶାନ୍ତି ଆଲୋକରେ, ବିବେକ ଭରା ଚିନ୍ତା

ଓ ନିତ୍ୟ ସଦାଚାରରେ l


ଆମକୁ ଆମର ପୂର୍ବ ପୁରୁଷରୁ, ସଂସ୍କୃତି 

ଦେଇଅଛି ଏହି ମହା ଶିକ୍ଷା

ଏକ ମନ ନହେଲେ କେବେ ମାତୃଭାଷା

ଓଡିଆକୁ ଦେବାନି ସୁରକ୍ଷା l


ଆହେ ସାହିତ୍ୟିକ ବନ୍ଧୁଗଣ ହୋଇ ସୂର୍ଯ୍ୟ

ଉଦ୍ଭାସି ଉଠ ହେ ଥରେ

ଶାନ୍ତି, ମୁକ୍ତି ଓ ମୈତ୍ରୀର ଆଲୋକ ପ୍ରସାରି

ସୁନ୍ଦରତା ଭରି ଦିଅ ସୃଷ୍ଟିରେ ।


Rate this content
Log in

Similar oriya poem from Abstract