STORYMIRROR

Chittaranjan Nanda

Abstract Crime

4  

Chittaranjan Nanda

Abstract Crime

ଅନ୍ୟାୟର ସୀମା ଯାଉଛି ଲଙ୍ଘି

ଅନ୍ୟାୟର ସୀମା ଯାଉଛି ଲଙ୍ଘି

1 min
215


ଏଇ ମତଲବି ଦୁନିଆରେ ହସ ଜାଣ 

ପ୍ରତ୍ୟେକ ସ୍ୱାର୍ଥପରର

ହସ ପଛେ ଥାଏ ଘୃଣ୍ୟ ଭାବନା ଯାହା 

ପ୍ରତିଫଳନ ଛଳନାର |୧|


ରହି ଥାଏ ମନ ମଧ୍ୟରେ ତ କପଟୀ ମନ

ର କେତେ କୂଟନୀତି 

ପ୍ରଶ୍ନଟିଏ ଅନୁଭବ ହୁଏ ହସ କି ପାଇଁ 

ଆସିଛି, କି ଅଛି ପରିସ୍ଥିତି |୨|


ସମ୍ପ୍ରତି ସମୟର ଭାବ ଅବା ଭାବନାରେ 

ନାହିଁ ତ ସ୍ୱଛ ମନ

ନଜଗିଲେ ନିଜକୁ ପାଇବ ଖାଲି ମନରେ 

ଦହନ ଓ ଜ୍ବଳନ |୩|


ନାହିଁ ସ୍ୱଛ ମନ, ଯନ୍ତ୍ରଣା ଲଭିବା ଭଲ 

ପାଇବାର ପ୍ରତିଦାନ

ପ୍ରତାରଣାର ତୁହାକୁ ତୁହା ପବନରେ 

ଅଣନିଶ୍ଵାସୀ ଲାଗେ ଜୀବନ |୪|


ଚାଲେ ରାଜୁତି ହୋଇଛି ଦାଗୀ, 

ଚୋର ଓ ଡକାୟତ ମେଣ୍ଟ 

ଅତ୍ୟାଚାର କରନ୍ତି ବସି ଯେତେ ଲାଞ୍ଚ

ଖୋର କରି ବାଣ୍ଟ କୁଣ୍ଟ |୫|


ଗଣ୍ଡେ ଖାଇ ଢୋକେ ପିଇ କଲ ବଲ 

ହୁଏ ଗରିବ ବାପୁଡା ଏଠି, 

ଭୋକେ ରହି ସଦା ଭାବେ ଦାରିଦ୍ର୍ୟ 

ଜ୍ୱାଳାରୁ କେବେ ମୁକ୍ତି ଯିବ ପାଇ |୬|


ଜଘନ୍ୟ ଅପରାଧୀ ମାନେ ଖଲାସ ହୋଇ

ଯାନ୍ତି ଟଙ୍କା ଦେଇ ଲାଞ୍ଚରେ

କ୍ଷମତା ପାଇଁ ନେତା ବିକା କିଣା ହୁଏ, 

ଅନ୍ୟାୟର ସୀମା ଲଙ୍ଘୁଛିରେ |୭|



Rate this content
Log in

Similar oriya poem from Abstract