Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Tragedy

3  

Abhisek Mohapatra

Tragedy

ଅନ୍ୟ ଏକ ଭାଗ୍ୟ

ଅନ୍ୟ ଏକ ଭାଗ୍ୟ

1 min
109


କାହିଁ କେଉଁ ଆଦିମ କାଳରୁ,

ବିକ୍ରି ହେଇ ସାରିଛି ମୋ ଭାଗ୍ୟ !

ବିତିବାକୁ ଥିବା ଅୟୁତ ସପ୍ତାହ ସବୁ -

କାହିଁ ଦେଇହେବ କାହା ଦାୟରେ ,

ବଞ୍ଚିବାର କିଛି ମୁହୂର୍ତ୍ତ ଅବା -

ସୀମାହୀନ କିଛି ଜାନ୍ତବ୍ୟ ଦୈହିକ କ୍ଷୁଧାରେ ।


ମୁଁ ତ ମୋ ଭାଗ୍ୟର ଦାୟଦ !

କେମିତି ଉଠାଇବି ସମୟକୁ ମୋ ଭାଗ୍ୟ ଚକ୍ରରୁ ?

ଶୋଇ ରହିଥିବା ଭଙ୍ଗା ଘଡିରୁ !

ଅବା ମୋ ଜାତକରେ ଲେଖାଥିବା ଅକ୍ଷରରୁ ।


ତା'ହେଲେ କ'ଣ ଏଇ ଭଲ ?

ବିକା କିଣା ସରିଥିବା ଭାଗ୍ୟକୁ ମୁଣ୍ଡାଇ -

ଆୟୁଷ ସହ ପଥିକଟେ ହେବା ।

କିମ୍ବା ଭାଗ୍ୟକୁ ଷ୍ଟେସନ ର କୁଲି ପରି ମୁଣ୍ଡରେ -

ବୋହି ବୋହି ନେବା !


ମୁଁ ଯେତିକି ବି ଜାଣେ ,

ମୋ ଭାଗ୍ୟଟା ଏ ଭାଗ୍ୟ ନୁହେଁ !


ଯେଉଁଠି ଆୟୁଷଟା ଶୋଇ ଶୋଇ ସରିଯାଏ ।

ମିଥ୍ୟା ଆଶ୍ଵାସନାକୁ ଗଣ୍ଠିଲି ବାନ୍ଧି - 

ଭାଗ୍ୟ ସହ ବୋହି ବୋହି ଯାଏ !


ବୋଧେ କପାଳରେ ଲେଖା ଭାଗ୍ୟଟା ମୋ ଭାଗ୍ୟ ନୁହେଁ !

ଆଉ କେଉଁ ଅଭାଗା ର ଭାଗ୍ୟକୁ -

କାହିଁକି କେଜାଣି ମୁଁ ବୋହି ବୋହି ନିଏ ?


              



Rate this content
Log in

Similar oriya poem from Tragedy